Odisha Link
Bridging the Missing Links in Odisha

୧୦୬ ଦିନ ପରେ ଜେଲରୁ ବାହାରିବେ ଚିଦାମ୍ୱରମ, ମିଳିଲା ଜାମିନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ମିଳିଲା ଜାମିନ୍। ସୁପ୍ରିମକୋର୍ଟ ଆଜି ଏହି ଜାମିନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ ଓ ଦୁଇ ଜଣ ଜାମିନଦାର ସମାନ ଅର୍ଥ ଜମା କରିବା ପରେ ଚିଦାମ୍ବରମ ଜେଲରୁ ମୁକୁଳିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଫଳରେ ଜେଲରେ ୧୦୬ ଦିନରୁ ଅଧିକ ଦିନ ତିହାର ଜେଲର ବିଚାର ବିଭାଗୀୟ ହେପାଜତରେ ରହିବା ପରେ ସେ ଜେଲରୁ ବାହାରିବାକୁ ଯାଉଛନ୍ତି।

ଜାମିନ ଦେବା ବେଳେ ସୁପ୍ରିମ୍‌ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଓ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ ନ କରିବାକୁ କୋର୍ଟ ତାଙ୍କୁ କଡ଼ା ତାଗିଦ୍ କରିଛନ୍ତି। ଏମିତିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ୱରମ କୌଣସି ସାର୍ବଜନୀନ ମତ ରଖିପାରିବେ ନାହିଁ କି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଗସ୍ତରେ ଯାଇପାରିବେ ନାହିଁ।

Comments are closed.