Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଫିସ ଘେରାଉ କଲେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଆଜି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ +୩ ଛାତ୍ର-ଛାତ୍ରୀମ‌ାନେ ଘେରାଉ କରିଥିଲେ । ଛାତ୍ର-ଛାତ୍ରୀମ‌ାନେ +୩ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ପାଇଁ ଘେରାଉ କରିଥିଲେ । ଦିନ ୧୨ଟାରେ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ପ୍ରଥମେ ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ପରେ କୁଳପତିଙ୍କ ଅଫିସ ଘେରାଉ କରିଥିଲେ।

ସୂଚନାଅନୁସାରେ , ଫନି ବାତ୍ୟା ପାଇଁ ହେବାକୁ ଥିବା ପରୀକ୍ଷା ୨ ମାସ ଘୁଞ୍ଚି ଯାଇଥିଲା। ଫଳରେ ଛାତ୍ର-ଛାତ୍ରୀମାନଙ୍କୁ ଗୋଟିଏ ବର୍ଷରେ ୩ଟି ସେମିଷ୍ଟାର ଦେବାକୁ ପଡ଼ିବ । ସେଥିପାଇଁ ସେମାନେ ଏହାର ବିରୋଧ କରିଥିଲେ।

ଏହା ପରେ ପରୀକ୍ଷାକୁ କିଛି ଦିନ ଘୁଞ୍ଚାଇବା ପାଇଁ ବିଭିନ୍ନ କଲେଜର ଛାତ୍ର-ଛାତ୍ରୀମାନେ ମିଳିତ ହୋଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଭେଟି ଦାବି ଜଣାଇବାକୁ ଚାହିଥିଲେ । ଅଫିସ ଘେରା ଉପରେ ରେଜିଷ୍ଟ୍ରାର ଓ ପରୀକ୍ଷା ନିୟନ୍ତ୍ରକ ଆସି ବୁଝିବା ସହ ବାକିଥିବା ପରୀକ୍ଷା ଜାନୁଆରି ୧୫ ପରେ କରାଯିବ ବୋଲି କହି ଥିଲେ ।

Comments are closed.