Odisha Link
Bridging the Missing Links in Odisha

ଚିଦାମ୍ବରମଙ୍କ ଟାର୍ଗେଟରେ ମୋଦି ସରକାର, ଅର୍ଥମନ୍ତ୍ରୀଙ୍କୁ କହିଲେ..

ନୂଆଦିଲ୍ଲୀ: ୧୦୬ ଦିନ ପରେ ଜେଲରୁ ବାହାରିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନର ଅର୍ଥନୀତି ସ୍ଥିତିକୁ ପରିଲକ୍ଷିତ କରି ଟାର୍ଗେଟ କରିଛନ୍ତି ଚିଦାମ୍ବରମ୍। ସେ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହ ସରକାରଙ୍କ ପାଖରେ ଏହାକୁ ନେଇ କୌଣସି ଉତ୍ତର ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ନିଜର ବିପଦପୂର୍ଣ୍ଣ ନିଷ୍ପତ୍ତିକୁ ସମର୍ଥନ ଦେବାକୁ ଯାଇ ସରକାର ଜିଦ୍‌ଖୋର ମନ୍ତବ୍ୟ ଦେଇ ଆସୁଛନ୍ତି। ସେ ଏହି ଅବସରରେ ନୋଟ୍‌ବନ୍ଦୀ, ଜିଏସ୍‌ଟି ଏବଂ ‘ଟିକସ ଆତଙ୍କବାଦ’ ଆଦି ପ୍ରସଙ୍ଗରେ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଭାରତର ଅର୍ଥନୀତି ଚକ୍ରବୃତ୍ତରେ ଏଭଳି ସ୍ଥିତିରେ ପହଞ୍ଚିଥିବା ଭୁଲ କଥା। ସେ କହିଥିଲେ, ବିଶ୍ୱର ସମସ୍ତ ନିବେଶକ ‘ସଂଖ୍ୟା’ ଉପରେ ଦୃଷ୍ଟି ଦେଇଥା’ନ୍ତି। ପ୍ରତି ‘ସଂଖ୍ୟା’ ଆର୍ଥିକ ସ୍ଥିତି ନିର୍ଦ୍ଧାରଣରେ ବଡ଼ ଭୂମିକା ଗ୍ରହଣ କରିଥାଏ।

ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ୍ କରିଛନ୍ତି ପି.ଚିଦାମ୍ବରମ୍। ପିଆଜର ଦରବୃଦ୍ଧିକୁ ନେଇ ଦେଶରେ ଚର୍ଚ୍ଚା ଲାଗିରହିଛି। ଗତକାଲି ସଂସଦରେ ମୁଁ ଏତେ ପିଆଜ ଓ ରସୁଣ ଖାଏ ନାହିଁ ବୋଲି କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜନୀତି ଜୋର ଧରିଛି। ଚିଦାମ୍ବରମ୍ କହିଛନ୍ତିି ଅର୍ଥମନ୍ତ୍ରୀ ପିଆଜ ଖାଉନାହାନ୍ତି ତ ଆଉ କ’ଣ ଖାଉଛନ୍ତି? ଆଭୋକାଡୋ ! ୧୦୬ ଦିନ ପରେ ଜେଲରୁ ବାହାରିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏନେଇ ଟାର୍ଗେଟ କରିଛନ୍ତି।

Comments are closed.