Odisha Link
Bridging the Missing Links in Odisha

ବିଜେପି ଶରଣରେ ବିଜେଡି ସରକାର : ନିରଞ୍ଜନ

ଭୁବନେଶ୍ବର: ରାଜ୍ୟର କାଳିଆ ଓ କେନ୍ଦ୍ରର କିଷାନ ଯୋଜନା ମିଶିବା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ‘କାଳିଆ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ , ନିର୍ବାଚନକୁ ଆଖିରେ ରଖି କରାଯାଇଥିଲା। ଏବେ କିନ୍ତୁ ଅର୍ଥ ଅଭାବରୁ ବିଜେପି ସରକାରର ଶରଣ ପଶିଛନ୍ତି। ପୂର୍ବରୁ ରାଜନୀତିରେ ସାଲିସ କରି ମିଶିଥିଲେ। ହେଲେ ଏବେ ଯୋଜନାରେ ଶରଣ ପଶିଛନ୍ତି। ଉଭୟ ବିଜେଡି ଓ ବିଜେପି ପ୍ରତିଶ୍ରୁତିର ସରକାର ଚାଲିଛି।
ସୂଚନା ଅନୁସାରେ କୃଷକଙ୍କ ପାଇ ମିଳିମିଶି ଏକାଠି ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କୃଷକଙ୍କୁ ସୁବିଧା ଦେବା ପାଇଁ କାଳିଆ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। କୃଷି ବିଭାଗ ବୈଠକରେ ଗାଇଡଲାଇନ ପରିବର୍ତ୍ତନ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ତେବେ ଚାଷୀଙ୍କୁ ମିଳୁଥିବା ୧୦ ହଜାର ଟଙ୍କା ଖାଲି ରାଜ୍ୟ ସରକାର ଦେବେନି। ଏଣିକି ଏହି ଟଙ୍କା ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିମିଶି ଦେବେ। ରାଜ୍ୟ ସରକାର ୪ ହଜା ଟଙ୍କା ଓ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେବେ। ପୂର୍ବରୁ କାଳିଆ ଯୋଜନାରେ କ୍ଷୁଦ୍ର ଓ ବଡ ଚାଷୀଙ୍କୁ କେବଳ ରାଜ୍ୟ ଏହି ଟଙ୍କା ଦେଉଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ଟଙ୍କା ମିଶିକି ଦେବେ।
ତେବେ ଚାଷୀ ଏବେ କେବଳ ‘କାଳିଆ’ ପାଖରୁ ନୁହେଁ ‘ପିଏମ କିଷାନ’ରୁ ମଧ୍ୟ ଟଙ୍କା ପାଇବେ। କାଳିଆରୁ ୪ ହଜାର ଓ କିଷାନରୁ ୬ହଜାର ମିଳିବ। ସେପଟେ ଭୂମିହୀନଙ୍କୁ ରାଜ୍ୟ ସରକାର ଦେବେ ୧୦ ହଜାର ଟଙ୍କା। ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷରୁ ଅଧିକ ଚାଷୀ କାଳିଆ ଟଙ୍କା ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି ସରକାର।

Comments are closed.