Odisha Link
Bridging the Missing Links in Odisha

ନିତ୍ୟାନନ୍ଦ କହିଲେ ମୋତେ କେହି ଛୁଇଁ ପାରିବେ ନାହିଁ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ବଳାତ୍କାର ଓ ଯୌନ ଶୋଷଣର ଅଭିଯୁକ୍ତ ଏବଂ ନିଜକୁ ଭଗବାନ କହୁଥିବା ସ୍ବାମୀ ନିତ୍ୟାନନ୍ଦଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ପୋଲିସ୍‌ ମଧ୍ୟ ନିତ୍ୟନନ୍ଦଙ୍କୁ ଖୋଜିବରେ ଲାଗିଛି। ଏସବୁ ଭିତରେ ନିତ୍ୟାନନ୍ଦଙ୍କ ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓଟିରେ ନିତ୍ୟାନନ୍ଦ କହିଛନ୍ତି ଯେ, ମୋତେ କେହିବି ଛୁଇଁ ପାରିବେ ନାହିଁ। ନା କୌଣସି ଅଦାଲତ ମୋ ଉପରେ ମକଦ୍ଦମା କରି ପାରିବ ବୋଲି କହିଛନ୍ତି ନତ୍ୟାନନ୍ଦ। ଏଥିସହିତ ସେ ନିଜକୁ ପରମେଶ୍ବର ବା ଭଗବାନ ଶିବ ବୋଲି କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ସମଗ୍ର ଦୁନିଆ ମୋ ବିରୁଦ୍ଧରେ ଅଛି। ମୋ ସହିତ ପଙ୍ଗା ନିଅ ନାହିଁ। ଦେଖନ୍ତୁ କଣ କହିଛନ୍ତି ନିତ୍ୟାନନ୍ଦ।

https://twitter.com/YippeekiYay_DH/status/1197818470349463552?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1197818470349463552&ref_url=https%3A%2F%2Fkhabar.ndtv.com%2Fnews%2Findia%2Fnithyananda-says-in-viral-video-now-nobody-can-touch-me-2144786

ଇକ୍ବେଡର ନିକଟରେ ଏକ ଦ୍ବୀପରେ ଏବେ ଅବସ୍ଥାନ କରୁଛନ୍ତି ସ୍ବାମୀ ନିତ୍ୟାନନ୍ଦ। ଏହି ଦ୍ବୀପଟିକୁ ସମ୍ପୂର୍ଣ୍ଣ କିଣିଥିବା ନିତ୍ୟାନନ୍ଦ ଏହାକୁ ଏକ ହିନ୍ଦୁ ଦେଶ ଘୋଷଣା କରିବା ସହ ଏହାର ନାମ ରଖିଛନ୍ତି କୈଳାଶ। ଏହି ଦେଶର ପାସପୋର୍ଟ, ପତାକା, ସଙ୍କେତ ଓ ନୀତିନିୟମ ରହିଛି। ଏହା ବିଶ୍ବର ସର୍ବୋତ୍କୃଷ୍ଟ ହିନ୍ଦୁ ରାଷ୍ଟ୍ର ବୋଲି କୈଳାଶ ଓ୍ବାବସାଇଟରେ ଘୋଷଣା କରାଯାଇଛି। ଦେଶର ପତାକା ଓ ସଙ୍କେତ ବି ତିଆରି କରିଛନ୍ତି ନିତ୍ୟାନନ୍ଦ। ଶିବଙ୍କ ବାହାନ ବାସୁଆ ବଳଦ ତାଙ୍କ ଦେଶର ସଙ୍କେତ ରହିଥିବା ବେଳେ ପତାକା ଉପରେ ମଧ୍ୟ ତାହା ରହିଛି। ନିଜ ଦେଶରେ ଠିକ ଭାବରେ ହିନ୍ଦୁ ରୀତି ପାଳନ କରିବାକୁ ଅସମର୍ଥ ବିତାଡ଼ିତ ହିନ୍ଦୁଙ୍କ ଲାଗି ଏହା ଏକ ସୀମାରହିତ ରାଷ୍ଟ୍ର ବୋଲି ଓ୍ବେବ୍‌ସାଇଟ୍‌ ଉଲ୍ଲେଖ କରିଛି। ହିନ୍ଦୁ ପଥ ଅନୁସରଣ କରୁଥିବା ଯେ କୌଣସି ଜାତି, ଧର୍ମ, ଦେଶର ଲୋକଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ଥାନ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଜଣେ ତାମିଲ ନାୟିକାଙ୍କ ସହ ଆପତ୍ତିଜନକ ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ସ୍ବାମୀ ନିତ୍ୟାନନ୍ଦ ନିକଟରେ ଦୁଇ ଯୁବତୀଙ୍କୁ ଅହମ୍ମଦାବାଦର ଏକ ଆଶ୍ରମରେ ବଳପୂର୍ବକ ରଖଥିବା ନେଇ ଅଭିଯୁକ୍ତ ହୋଇଥିଲେ। ଗୋଟିଏ ଧର୍ରଷଣ ମାମଲାରେ ଅଭିଯୁକ୍ତ ହୋଇ ସେ ଜାମିନରେ ଆସିଥିଲେ। ପରେ ତାଙ୍କୁ ଭାରତରେ ଦେଖିବାକୁ ମିଳି ନଥିଲା। ୨୦୧୮ ଶେଷ ଆଡ଼କୁ ସେ କୌଶଳ କ୍ରମେ ବିଦେଶ ଖସିଯାଇଥିବା ପୁଲିସ ସନ୍ଦେହ କରୁଛି। ୨୦୧୮ ସେପ୍ଟେମ୍ବରରେ ତାଙ୍କର ପାସ୍‌ପୋର୍ଟର ବୈଧତା ଶେଷ ହୋଇଥିଲା ଓ ଏହାର ନବୀକରଣ ପାଇଁ ତାଙ୍କର ଆବେଦନକୁ ସରକାର ଖାରଜ କରିଥିଲେ।

ଦକ୍ଷିଣ ଆମେରିକାରେ ନୂଆ ଦେଶ ପ୍ରତିଷ୍ଠା କଲେ ନିତ୍ୟାନନ୍ଦ: ଜାଣନ୍ତୁ ଦେଶର ନାମ ଓ ପତାକା

Comments are closed.