ସଡ଼କ ଦୁର୍ଘଟଣା ଚାଲିଗଲା ଦୁଇ ଜୀବନ

ବାରିପଦା: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତଙ୍କ ହୋଇଛି । ବିଳମ୍ବିତ ରାତିରେ ସଦର ଥାନା ଜ୍ୟୋତିପୁର ଛକଠାରେ ଦୁର୍ଘଟଣା ହୋଇଥିଲା । ମୃତକ ଦ୍ୱୟ ହେଲେ ଗୌତମ ମହାନ୍ତି ଓ ଅଜିତ୍ ମହାନ୍ତି। ଉଭୟଙ୍କ ବୟସ ୨୦ ବର୍ଷ ପାଖାପାଖି ହେବ ।
ସୂଚନା ଅନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ ଇଟାମୁଣ୍ଡିଆ ଗାଁର ଗୌତମ ଓ ଅଜିତ୍ ଗତକାଲି ରାତିରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଆଜି ପ୍ରାୟ ସାଢ଼େ ତିନିଟା ବେଳେ ଏକ ଅଜଣା ଗାଡ଼ି ଦକାରେ ଦୁର୍ଘଟଣାର ଶିକାର ହୋଇଥିଲେ।
ବାରିପଦା-ପ୍ରତାପପୁର ରାସ୍ତାର ଜ୍ୟୋତିପୁର ଠାରେ ସେମାନେ ଦୁର୍ଘଟଣାର ହୋଇଥିଲା । ପଛରେ ଆସୁଥିବା ସେମାନଙ୍କର ଆଉ ଦୁଇ ଜଣ ସାଙ୍ଗ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କ ମୃତ୍ୟୁ ଘଟି ହୋଇଯାଇଥିଲା। ପୁଲିସ୍ ଶବ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।