ନିଖୋଜ ଯୁବକଙ୍କ ମୃତ ଦେହ ଠାବ

ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି । ସେ ୫ ଦିନ ତଳୁ ନିଖୋଜ ଥିଲେ । ମଇଦଲପୁର ଫାଣ୍ଡି ଆମ୍ବପାଣି ଜଙ୍ଗଲରେ ମୃତଦେହ ମିଳିଛି । ପରିବାରର ଅଭିଯୋଗ ଅନୁସାରେ , ୨ଜଣ ଲୋକ ତାଙ୍କୁ ଘରୁ ଡ଼ାକି ନେଇ ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାଁ ରାମ ଭତରା। ତାଙ୍କ ଘର ପାପଡ଼ାହାଣ୍ଡି ବ୍ଲକ୍ ଝାଡ଼କୁସୁମୀ ଗାଁରେ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଦୁଇ ଜଣ ଅଜଣା ଯୁବକ ବାଇକ୍ରେ ଆସି ରାମଙ୍କୁ ଘରୁ ଡାକି ନେଇଥିଲେ। ତା’ ପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ରାମଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ପରିବାର ଲୋକେ ତୁମ୍ବର୍ଲା ଫାଣ୍ଡିରେ ଏତଲା ଦେଇଥିଲେ।
ଆଜି ତାଙ୍କର ଗଳିତ ମୃତଦେହ ଆମ୍ବପାଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ରାମଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।