Odisha Link
Bridging the Missing Links in Odisha

ଉପଗ୍ରହ ‘ଡୁସିଫା-୩’ କଣ ଜାଣନ୍ତୁ…

ଶ୍ରୀହରିକୋଟା: ‘ଡୁସିଫା-୩’ କଣ ଆପଣ ଜାଣନ୍ତି କି? ‘ଡୁସିଫା-୩’ ହେଉଛି ଏକ ଉପଗ୍ରହ ଯାହା ତିନିଜଣ ଛାତ୍ରଙ୍କ ଦ୍ୱାରା ନିର୍ମିତ। ଏହି ଉପଗ୍ରହ ଉତକ୍ଷେପଣ ପାଇଁ ଭାରତ ଆସୁଛନ୍ତି ଇସ୍ରାଏଲର ତିନିଜଣ ନିର୍ମିତା ବିଦେଶୀ ଛାତ୍ର। ସେମାନେ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ହେବାକୁ ଥିବା ପିଏସଏଲଭି ସି-୪୮ ରକେଟ ପ୍ରକ୍ଷେପଣ ସମୟରେ ସେମାନେ ଉପସ୍ଥିତ ରହିବେ ଏବଂ ଏହି ରକେଟରେ ତିନିଜଣ ଛାତ୍ରଙ୍କ ଉପଗ୍ରହ ‘ଡୁସିଫା-୩’ ମଧ୍ୟ ମହାକାଶକୁ ଯିବ। ‘ଡୁସିଫା-୩’ ହେଉଛି ଛାତ୍ରଙ୍କ ଦ୍ୱାରା ନିର୍ମିତ ୩ୟ ଉପଗ୍ରହ।

ଦକ୍ଷିଣ ଇସ୍ରାଏଲର ସାୟାର ହାନେଗେବ ହାଇସ୍କୁଲର ୧୮ ବର୍ଷୀୟ ତିନିଜଣ ଛାତ୍ର ଏଲୋନ ୱେବରନବିକ, ମେଟାବ ଏସୁଲୀନ ଓ ସମ୍ୟୁଲ ଅବିବି ଆଜି ସନ୍ଧ୍ୟାରେ ଭାରତ ଅଭିମୁଖେ ବାହାରିବେ। ଡିସେମ୍ବର ୧୧ ତାରିଖରେ ଉପଗ୍ରହ ଉତକ୍ଷେପଣ ହେବ। ହରଜାଲିଆ ବିଜ୍ଞାନ କେନ୍ଦ୍ର ଓ ହାନେଗେବ ହାଇସ୍କୁଲର ମିଳିତ ପ୍ରଚେଷ୍ଟାରେ ‘ଡୁସିଫା-୩’କୁ ନିର୍ମାଣ କରାଯାଇଛି। ଉପଗ୍ରହର ଆକାର ୧୦*୧୦*୩୦ ସେ.ମି. ଥିବାବେଳେ ଏହାର ଓଜନ ୨.୩ କିଲୋଗ୍ରାମ ରହିଛି। ଏହି ଉପଗ୍ରହ ମାଧ୍ୟମରେ ପୃଥିବୀର ବିଭିନ୍ନ କୋଣ ଅନୁକୋଣ ବାବଦରେ ଜଣାପଡିବା ସହ କୃଷକଙ୍କୁ ସହାୟତା ମିଳିବ।

Comments are closed.