Odisha Link
Bridging the Missing Links in Odisha

କର୍ଣ୍ଣାଟକ ଉପନିର୍ବାଚନ: ବିଜେପିର ବାଜିମାତ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି। ଅନ୍ୟପଟେ କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ବିଜେପି ୧୫ଟି ଆସନରୁ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ୯ଟି ଆସନରେ ଆଗୁଆ ରହିଛି। ହେଲେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବିଜେପି ୧୨ଟି ଆସନରେ ବିଜୟୀ ଲାଭ କରିଛି। କଂଗ୍ରେସ ୨ଟି ଆସନରେ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି।

ଦଳର ବଡ଼ ବିଜୟ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ବି ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଜୟୀ ହୋଇଥିବା ୧୨ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେବେ। ଏସଂପର୍କରେ ସେ ୩/୪ ଦିନ ଭିତରେ ନୂଆଦିଲ୍ଲୀ ଯାଇ ଏହାକୁ ଅନ୍ତିମ ରୂପ ଦେବେ।

ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ପରାଜୟକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।

Comments are closed.