Odisha Link
Bridging the Missing Links in Odisha

ସାଂସଦ ପରିଚୟ ଦେଇ ସଂସଦରେ ପଶୁଥିଲା, ପରେ..

ନୂଆଦିଲ୍ଲୀ: ଗତକାଲି ସଂସଦରେ ନାଗରିକତା ସଂଶୋଧନ ବିଲକୁ ନେଇ ତର୍କ ବିତର୍କ ଲାଗି ରହିଥିଲା। ଗୋଟିଏ ପଟେ ଗୃହମନ୍ତ୍ରୀ ଅମିତ ଶାହ ନାଗରିକତା ସଂଶୋଧନ ବିଲକୁ ନେଇ ଗୃହରେ ଉପସ୍ଥାପିତ କରୁଥିଲେ। ଅନ୍ୟପଟେ ସଂସଦର ପ୍ରବେଶ ପଥରେ ଦେଖିବାକୁ ମିଳିଥିଲା କିଛି ଦୃଶ୍ୟ। ଜଣେ ବ୍ୟକ୍ତି ନିଜକୁ ସାଂସଦର ପରିଚୟ ଦେଇ ସଂସଦକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା।

ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମସ୍‌ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବିକ, ଦିଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତି ନିଜକୁ ସାଂସଦର ପରିଚୟ ଦେଇ ସଂସଦ ଭବନକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ। ସେହି ବ୍ୟକ୍ତିଙ୍କ ନାମ ବରୁଣ ମାଥୁର(୩୯)। ସୂଚନା ଅନୁଯାୟୀ, ଯେତେବଳେ ବରୁଣ ସଂସଦ ଭବନକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲା ସେତେବଳେ ସୁରକ୍ଷା କର୍ମୀଙ୍କ ସହ ବଚସା ହୋଇଥିଲା। ପ୍ରଥମେ ବରୁଣ ନିଜକୁ ସାଂସଦର ପରିଚୟ ଦେଇଥିଲା। ପରେ ଆଉ ଜଣେ ସୁରକ୍ଷାକର୍ମୀଙ୍କ ପ୍ରଶ୍ନରେ ସେ ନିଜକୁ ପୂର୍ବ ସାଂସଦର ପରିଚୟ ଦେଲା।

ବରୁଣଙ୍କ ଏହି ଚାଲାକ ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଦେଲେ। ବରୁଣ ବର୍ତ୍ତମାନ ପୋଲିସ୍‌ ହାଜତରେ ଅଛି। ପୋଲିସ୍‌ ମଧ୍ୟ ତାକୁ ଜେରା କରୁଛି। କେଉଁ କାରଣ ଆଉ କେଉଁଥି ପାଇଁ ବରୁଣ ସଂସଦ ଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ତାହା ଦିଲ୍ଲୀ ପୋଲିସ ଜାଣିବାକୁ ଚେଷ୍ଟା କରୁଛି।

Comments are closed.