Odisha Link
Bridging the Missing Links in Odisha

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୧୮

ଭୁବନେଶ୍ବର: ପ୍ରତିବର୍ଷ ରାଜ୍ୟ ଚଳଚ୍ଚିତ୍ର ଜଗତରେ ଅଭିନେତା, ଅଭିନେତ୍ରୀଙ୍କ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସମସ୍ତ କଳାକାରମାନଙ୍କ ମଧ୍ୟରୁ ଶ୍ରେଷ୍ଠ କୃତି ପାଇଁ ବିତରଣ କରାଯାଇ ଥାଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଚଳିତ ବର୍ଷ ୨୦୧୮ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ ମିହିର ଦାସ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇବେ ଅର୍ଚ୍ଚିତା। ସେହିପରି ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଶ୍ରେଷ୍ଠ ଜୟଦେବ ପୁରସ୍କାର ମିଳିଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି ମନମୋହନ ମହାପାତ୍ରଙ୍କୁ । ଶ୍ରେଷ୍ଠ ଚଳଚ୍ଚିତ୍ର ଭିଜା ମାଟିର ସ୍ବର୍ଗ ପାଇଁ ଅକ୍ଷୟ ପରିଜାଙ୍କୁ ମନମୋହନ ସୁନ୍ଦର ଦେବ ଗୋସ୍ବାମୀ ସୁରସ୍କାର ମିଳିଥିବା ବେଳେ ଶ୍ରେଷ୍ଠ କାହାଣୀ ଓ ସଂଳାପ ପାଇଁ ପୁରସ୍କୃତ ହେବେ ଡ଼ି ନିରଞ୍ଜନ ରେଡ୍ଡୀ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇବେ ଶାନ୍ତିରାଜ୍‌ ଖୋସ୍‌ଲା, ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବେ ବସନ୍ତରାଜ୍‌ ସାମଲ୍, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ପୁରସ୍କାର ପାଇବେ କରୁଣାକର ଏବଂ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ।

Comments are closed.