Odisha Link
Bridging the Missing Links in Odisha

ବିଶ୍ୱବିଦ୍ୟାଳୟ ଗୁଡ଼ିକ ସମାଜର ପଥ ପ୍ରଦର୍ଶକ ଭାବରେ ଦାୟିତ୍ୱ ନିର୍ବାହ କରନ୍ତୁ: ଅରୁଣ

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପରୀକ୍ଷା ଠିକ୍‌ ସମୟରେ କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବବ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଯୁକ୍ତ-୩ ପରୀକ୍ଷା ନିର୍ଘଣ୍ଟ ପ୍ରସ୍ତୁତ କରି ପରୀକ୍ଷା ଫଳ ପ୍ରକାଶ କରିବା ତାରିଖ ଚୂଡ଼ାନ୍ତ କରି ଆସନ୍ତା ୭ ଦିନ ମଧ୍ୟରେ ବିଭାଗକୁ ଜଣାଇବେ। ଏହି ପରିପ୍ରେକ୍ଷୀରେ ସମସ୍ତ ଯୁକ୍ତ-୩ ପରୀକ୍ଷା ଫଳ ଜୁନ୍‌ ୧୫ ତାରିଖ ସୁଦ୍ଧା ପ୍ରକାଶ କରାଯିବବା ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ବିଶ୍ୱବିଦ୍ୟାଳୟ କୁଳ ପତିମାନଙ୍କର ସମ୍ମିଳନୀରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଏଣିକି ସ୍ନତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ତରଫରୁ ଅଲଗା ଅଲଗା ପ୍ରବେଶିକା କରାଯିବ ନାହିଁ। ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ଗୋଟିଏ ସାଧାରଣ ପ୍ରବେଶିକା ପରୀକ୍ଷା କରାଯିବ ଏବଂ ଏହି ପ୍ରବେଶିକା ପରୀକ୍ଷାର ମେଧା ତାଲିକା ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କ ପସନ୍ଦର ବିଶ୍ୱବିଦ୍ୟାଳୟରେ ନାମ ଲେଖଇ ପାରିବେ। ଏଥି ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଡେଲ୍‌ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତ କରାଯିବ। ଏବେ ସବୁ ମହାବିଦ୍ୟାଳୟରେ  ପ୍ରାେକଫରିଆଲ୍‌ କ୍ଲାସ୍‌ ଆରମ୍ଭ କରାଯାଇଛି ଓ ଅଧ୍ୟାପକମାନେ ମେଣ୍ଟରଭାବେ ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ। ପରୀକ୍ଷାରେ ସ୍ୱଚ୍ଛତା ଅବଲଞ୍ଚନ ନିମନ୍ତେ ସମସ୍ତ ପରୀକ୍ଷାଖାତାକୁ କୋଡ଼ିଂ କରାଯିବ।

ମନ୍ତ୍ରୀ ଡ. ସାହୁ ଆହୁରି ମଧ୍ୟ କହିଲେ ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକ ସମାଜର ପଥ ପ୍ରଦର୍ଶକ ଭାବରେ ଦାୟିତ୍ୱ ନିର୍ବାହ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫ ‘ଟି’କୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରିପ୍ରେକ୍ଷୀରେ ସମସ୍ତ ବିଶ୍ୱବିଦ୍ୟାଳୟ ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ସେଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଅନ୍ତତଃ ୩ ମାସ ଆଗରୁ ପରୀକ୍ଷା ସୂଚୀ ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନଙ୍କୁ ଜଣାଇବା ପାଇଁ କୁହାଯାଇଛି । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଉତ୍କର୍ଷ ଗବେଷଣା କେନ୍ଦ୍ରରେ ପରିଣତ କରାଯିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବ ଗବେଷକମାନଙ୍କୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ଯୋଜନାରେ ଆର୍ଥିକ ପ୍ରୋତ୍ସହାନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ

ଅଧିକରୁ ଅଧିକ ପିଏଚ୍‌ଡ଼ି ରେଜିଷ୍ଟ୍ରେସନ୍‌ ଓ ଗବେଷଣାତ୍ମକ ଲେଖା ପ୍ରକାଶ ପାଇବ ସେଥି ନିମନ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଗବେଷଣାଲବ୍ଧ ତଥ୍ୟଗୁଡ଼ିକ ଯେପରି ବ୍ୟବହାରିକ କ୍ଷେତ୍ରରେ ଉପେଯୋଗ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଣିକି ସାର୍ଟିଫିକେଟ୍‌ ଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ କରାଇବା ନିମନ୍ତେ ବିହିତ ପଦକ୍ଷେପ ନିଆଯାଉଛି। ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକ ଏ ଦିଗରେ ସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏଥି ସହିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକମାନଙ୍କର ଡାଟାବେସ୍‌କୁ ଡିଜିଟାଲ୍‌ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟଗୁଡ଼ିକର ପାଠାଗାର ଓ ଗବେଷଣାଗାରକୁ ଅଧିକ ଉନ୍ନତ କରାଯିବା ସହିତ ଇ-ଲାଇବ୍ରେରୀର ସୁବିଧା ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଉଛି।

ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ଅଧ୍ୟାପକମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ କ୍ଲାସରୁମ୍‌ ପ୍ରଶିକ୍ଷଣ ସହିତ ଅନ୍‌ଲାଇନ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଅଧ୍ୟ ପକ, ସହକାରୀ ପ୍ରଫେସର ଏବଂ ପ୍ରଫେସର ପଦବୀ ଆଦି ପୂରଣ ଦିଗରେ ତ୍ୱରିତ ପଦକ୍ଷେପ ଓ ବିଜ୍ଞାପନ ପ୍ରକାଶନ ନିମନ୍ତେ ଶାସନ ସଚିବ କହିଥିଲେ ।

ବୈଠକରେ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ମହାବିଦ୍ୟାଳୟ ଗୁଡ଼ିକ ଯେପରି ସୁବିଧାରେ ନାକ୍‌ ମାନ୍ୟତା ହାସଲ କରିବେ ସେ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହିତ ବୈଠକରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ନିମନ୍ତେ ରୁସା ପାଣ୍ଠିର ବିନିଯୋଗ କରି ବିନିଯୋଗ ପ୍ରମାଣପତ୍ର ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପରୀକ୍ଷା ନିୟନ୍ତ୍ରକ ଓ ବିତ୍ତ ନିୟନ୍ତ୍ରକ ମାନେ ଯୋଗ ଦେଇଥିଲେ।

ଏଥି ପୂର୍ବରୁ ପୂର୍ବାହ୍ନରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗବେଷଣା ନିମନ୍ତେ ଗବେଷକମାନଙ୍କୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ସଂପର୍କରେ ସମୀକ୍ଷା କରାଯିବା ସହିତ ଆଦର୍ଶ ଓ ଅଭିନବ ଗବେଷଣା, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଓ୍ବେବସାିଟର ସଦ୍ୟତମ ତଥ୍ୟ ଅପ୍‌ଲୋଡ଼୍‌ କରିବା ନାକ୍‌ ମାନ୍ୟତା ପାଇଁ ପ୍ରଶିକ୍ଷକମାନଙ୍କର ପ୍ରଶିକ୍ଷଣ ଆଦି ବିଷୟରେ ବିଶଦ ଭାବେ ଆଲୋଚନା ହୋଇଥିଲା ।

Comments are closed.