Odisha Link
Bridging the Missing Links in Odisha

୨୦୨୦ରୁ ଏକକ ପିଜି ପ୍ରବେଶିକା: ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୦ ଶିକ୍ଷାବର୍ଷରେ ଦେଖାଯିବ ନୂଆ ନିୟମ। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସବୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ୨୦୨୦ରୁ ଏକକ ପ୍ରବେଶିକା ପରୀକ୍ଷା ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଏଣିକି ପରୀକ୍ଷାର ୪୫ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପ୍ରକାଶିତ ହେବ। ଫଳ ପ୍ରକାଶନ ପାଇଁ ସବୁ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି ଅରୁଣ ସାହୁ। ଏହାସହ ଜୁନ ୧୫ସୁଦ୍ଧା +୩ ପରୀକ୍ଷା ଫଳ ପ୍ରକାଶ ପାଇବ। ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟ କୂଳପତି ସମ୍ମିଳନୀରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଆୟୋଜିତ ସମ୍ମିଳନୀରେ ୧୧ଟି ବିଶ୍ୱବିଦ୍ୟାଳୟର କୂଳପତି ଯୋଗ ଦେଇଥିଲେ।

Comments are closed.