Odisha Link
Bridging the Missing Links in Odisha

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲ୍‌ ମଧ୍ୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ଗାଁର ଦେବ ପ୍ରକାଶ ବେହେରା। ସେ ଗତ ଜୁନ୍ ୨୦ ତାରିଖରୁ ଜେଲ୍‌ରେ ଥିଲେ।ଗତକାଲି ଦିନ ପ୍ରାୟ ୨ଟା ବେଳେ ଦେବ ପ୍ରକାଶ ଜେଲ୍‌ ପରିସରରେ ଥିବା ଏକ ଆମ୍ୱ ଗଛରେ ନିଜ ଗାମୁଛାରେ ଫାଶୀ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବ ପ୍ରକାଶଙ୍କ ମୃତ୍ୟୁର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷେ ଏବେ ସର୍କଲ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Comments are closed.