Odisha Link
Bridging the Missing Links in Odisha

ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା, କହିଲେ ମୋଦି ହେ ତୋ….

ନୂଆଦିଲ୍ଲୀ: ଆଜି କଂଗ୍ରେସ ପକ୍ଷରୁୁ ଦିଲ୍ଲୀରେ ଭାରତ ବଞ୍ଚାଅ ସମାବେଶ ଆଯୋଜିତ କରାଯାଇଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାମଲୀଳା ମୈଦାନରେ ଏହି ସମାବେଶ ଅନୁଷ୍ଠିତ ହୋଇଛି।

ଏଥିରେ ଯୋଗଦେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜେପିକୁ ଟାର୍ଗେଟ କରିଛନ୍ତି ଏବଂ ଦେଶର ଉଦ୍ଦ୍ୟେଶ ବିଷୟରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ହେଉଛି ଦେଶପ୍ରେମ ଓ ଅହିଂସାର ଦେଶ। ଏ ଦେଶ ଭଲ ଓ ସତର ସ୍ବପ୍ନ ଅଟେ। ଏହି ଦେଶ ଲୋକତନ୍ତ୍ରକୁ ଶକ୍ତି ଯୋଗଉଛି। ଆମକୁ ଏ ଦେଶ ବଞ୍ଚାଇବାର ଅଛି।

ସେ କହିଛନ୍ତି ଯେ, ଦେଶରେ ଆନ୍ଦୋଳନ ଜାରି ରହିଛି। ଭାରତୀୟ ଜନତା ପାର୍ଟିର ୬ବର୍ଷ ଶାାସନ କାଳ ମଧ୍ୟରେ ଦେଶର ଜିିଡିପି ପାତାଳରେ ଅଛି। ଦେଶର କ୍ଷୁଦ୍ର ବ୍ୟବଦାୟୀ ମାନେ ଖୁସି ନାହାନ୍ତି। ବିଜେପି ଅଛି ତ ଦେଶର ୪ କୋଟି ଚାକିରି ଶେଷ। ହେଲେ ବି ସବୁ ବସ୍‌ଷ୍ଟପ୍‌ ଓ ଇସ୍ତାହାରରେ ମୋଦି ହେ ତା ସବ କୁଛୁ ସମ୍ଭବ ହେ।

ତାତ୍ସଲ୍ୟ କରି ପ୍ରିୟଙ୍କା କହିଛନ୍ତି ଯେ, ବିଜେପି ଅଛିତ ୧୦୦ ଟଙ୍କା ପିଆଜ କିଲୋ ସମ୍ଭବ। ୪କୋଟି ଚାକିରି ଶେଷ ହେବା ସମ୍ଭବ। ୧୫୦୦୦ କୃଷକଙ୍କ ଆତ୍ମହତ୍ୟା ସମ୍ଭବ। ଭାଜପା ଅଛିତ ନିୟମ କାନୁନ ଦେଶ ବିରୋଦ୍ଧରେ ହେବା ସମ୍ଭବ। ଏଭଳି କହି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ।

Comments are closed.