Odisha Link
Bridging the Missing Links in Odisha

ଖଣି ଟଙ୍କାରେ ପୁରୀର ବିକାଶ

ଭୁବନେଶ୍ବର: ପୁରୀ ଐତିହାସିକ ସ୍ଥଳର ବିକାଶ ପାଇଁ ଖଣି ଓ ଇସ୍ପାତ ବିଭାଗ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ୬ଟି ଖୋଣ୍ଡାଲାଇଟ ଖଣିକୁ ଓଡ଼ିଶା ଖଣି ନିଗମ(ଓଏମସି)କୁ ପ୍ରଦାନ କରାଯାଇଛି । ସମ୍ପୃକ୍ତ ୬ଟି ଖଣି ମଧ୍ୟରେ ଯାଜପୁରରେ ୩ଟି, ଖୋର୍ଦ୍ଧାରେ ୨ଟି ଓ କଟକରେ ଗୋଟିଏ ଖଣି ରହିଛି । ଉକ୍ତ ଖଣିରୁ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳିତ ହେବ । ସେଥିରୁ ସଂଗୃହୀତ ଅର୍ଥକୁ ଐତିହ୍ୟସ୍ଥଳ ପୁରୀର ବିକାଶ ପାଇଁ ଉଦ୍ଧିଷ୍ଟ ଅବଢା ଯୋଜନାରେ ଖର୍ଚ୍ଚ କରାଯିବ ।

Comments are closed.