Odisha Link
Bridging the Missing Links in Odisha

ପ୍ଲାଷ୍ଟିକ ବଦଳରେ ‘ଆହାର’ ମିଲ୍

ଭୁବନେଶ୍ବର: ପ୍ଲାଷ୍ଟିକ ଦିଅନ୍ତୁ ଆହାର ଖାଆନ୍ତୁ। ସହର ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରୋକିବା ନିମନ୍ତେ ଏକକ ବ୍ୟବହାର ପ୍ଲାଷ୍ଟିକୁ ସଂଗ୍ରହ କରିବା ପାଇଁ ବିଏମ୍‌ସି ଆରମ୍ଭ ଏହି ପରି ଏକ ଅଭିନବ ବ୍ୟବସ୍ଥା ‘ମିଲ୍ ଫର୍ ପ୍ଲାଷ୍ଟିକ୍’ କାର୍ଯ୍ୟକ୍ରମ। ଏକ ଅଧାକିଲୋ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ ବଦଳରେ ମିଳବ ଗୋଟିଏ ଆହାର ମିଲ୍। ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଏହି ପ୍ଲାଷ୍ଟିକ ବଦଳରେ ‘ଆହାର’ ମିଲ୍ ବ୍ୟବସ୍ଥା। ବିଏମ୍‌ସି ଅଧିନସ୍ଥ ସମସ୍ତ ଆହାର କେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି। ଏଥିରେ ଯେ କେହି ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରି ଆହାର କେନ୍ଦ୍ରରେ ଜମା କରିବେ, ତାଙ୍କୁ ମାଗଣାରେ ମିଲ୍ ଖାଇବାକୁ ଦିଆଯିବ । ଅଧ କିଲୋ ପ୍ଲାଷ୍ଟିକ୍ ପାଇଁ ଗୋଟିଏ ମିଲ୍ ମିଳିବ। ଏଥିପାଇଁ ଜଣକୁ ଗୋଟିଏ କୁପନ୍ ଦିଆଯିବ । ତେବେ ଦିନକୁ ଜଣେ ସର୍ବାଧିକ ଏକ କିଲୋଗ୍ରାମ ପ୍ଲାଷ୍ଟିକ ଆହାର କେନ୍ଦ୍ରରେ ଦେଇପାରିବେ । ଏକ କେଜି ପ୍ଲାଷ୍ଟିକରୁ ଅଧିକ ପ୍ଲାଷ୍ଟିକ ଗ୍ରହଣ କରାଯିବନି।

Comments are closed.