Odisha Link
Bridging the Missing Links in Odisha

୮ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଜଣେ ୮ବର୍ଷର ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସ୍କୁଲ ଯାଇଥିବାବେଳେ ଖେଳଛୁଟି ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଅପରାହ୍ନରେ ଖେଳଛୁଟି ସମୟରେ ଜଣେ ଯୁବକ ତାଙ୍କ ମୁହଁରେ ରୁମାଲ ବାନ୍ଧି ଅନ୍ୟତ୍ର ଉଠାଇ ନେଇଥିଲ। ପରେ ସେଠାରେ ତାଙ୍କୁ ବଳାତ୍କାର କରିଥିଲେ। ଛାତ୍ରୀ ଜଣକ ଘରେ ସବୁକଥା ଜଣାଇବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ଜଣେ ଯୁବକକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

Comments are closed.