ସମ୍ବଲପୁରରେ ପୁଣି ଚାଷୀ ଆନ୍ଦୋଳନ

ସମ୍ବଲପୁର: ଟୋକନ ବ୍ୟବସ୍ଥାକୁ ନେଇ ପୁଣି ସମ୍ବଲପୁରରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ସକାଳେ ଚାଷୀମାନେ ବରେଇପାଲି ରାସ୍ତାରେ ଧାନଗାଡି ରଖି ରାସ୍ତାରୋକ କରିଛନ୍ତି। ଫଳରେ ବରଗଡ-ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ଯାହା ଦ୍ବାରା ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି।
ଚାଷୀଙ୍କ ଅଭିଯୋଗ ଅନୁସାରେ, ମନ୍ତ୍ରୀ କହିଥିଲେ ଯେ ଅଭାବୀ ବିକ୍ରି ହେବ ନାହିଁ। ଟୋକନ ବ୍ୟବସ୍ଥା କରାଯାଇ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ। ଯେଉଁ ଚାଷୀ ଟୋକନ ପାଇ ନଥିବେ ସେମାନେ ଧାନ ନେଇ ଆସିଲେ, ଦୁଇ ଘଣ୍ଟା ମଧ୍ୟରେ ଟୋକନ ବ୍ୟବସ୍ଥା କରାଯାଇ ସେମାନଙ୍କ ଠାରୁ ଧାନ କିଣାଯିବ। କିନ୍ତୁ ଏହା ହେଉ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି।