Odisha Link
Bridging the Missing Links in Odisha

ନାଗରିକତା ସଂଶୋଧନ ଆଇନକୁ ଓଡିଶାରେ ମୁସଲିମ୍ ସଂଗଠନର ବିରୋଧ

ଭୁବନେଶ୍ବର: ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ଭୁବନେଶ୍ୱର ପିଏମଜିରେ ମୁସଲିମ୍ ସଂଗଠନର ବିକ୍ଷୋଭ କରାଯାଉଛି। ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ବିରୋଧ କରି ଏହି ଆନ୍ଦୋଳନ କରୁଛି ମୁସଲିମ ସଂଗଠନ। ଏହି ଆଇନକୁ ସମ୍ବିଧାନ ବିରୋଧୀ କହିବା ସହ ରାଜ୍ୟରେ ଲାଗୁ ନକରିବା ପାଇଁ ଦାବି କରିଛନ୍ତି। ବହୁ ସଂଖ୍ୟାରେ ମୁସଲିମ ଏହି ରାଲିରେ ଯୋଗ ଦେଇ ବିକ୍ଷୋଭ କରିଛନ୍ତି।
ନାଗରିକତା ସଂଶୋଧନ ଆଇନକୁ ନେଇ ସବୁଆଡେ ପ୍ରତିବାଦ। ଓଡିଶାରେ ବି ଏହାର ବିରୋଧ ଦେଖିବାକୁ ମିିଳିଛି। ମୁସଲିମ ଦଳିତ ସୁରକ୍ଷା ମଂଚ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି। କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ଶତାଧିକ ମୁସଲିମାନ ଏକାଠି ହୋଇ ପ୍ରତିବାଦ ଜଣାଇଥିବା ବେଳେ ଆଜି ରାଜଧାନୀରେ ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ କରାଯାଉଛି ବିକ୍ଷୋଭ। ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ହଟାଓ ଦାବିରେ ନାରାବାଜି ମଧ୍ୟ ଦେଇଛନ୍ତି। ଏପଟେ ଆସନ୍ତାକାଲି ଭୁବନେଶ୍ୱରରେ ମୁସଲିମ ସଂଘ ପ୍ରତିବାଦ କରିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ଏନଆରସି ଲାଗୁ ନକରିବାକୁ ମଧ୍ୟ ଦାବି କରିଥିଲେ।

Comments are closed.