ଫର୍ହାନ୍ ଙ୍କ ନାଁ ରେ ଅଭିଯୋଗ

ମୁମ୍ବାଇ :ବଲିଉଡ଼ର ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥାଏ । ବର୍ତ୍ତମାନ ଅଭିନେତା ଫରହାନ୍ ଅଖତରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ନାଁରେ ହିନ୍ଦୁ ସଂଗଠନ ପକ୍ଷରୁ ହାଇଦ୍ରାବାଦର ଏକ ଥାନାରେ ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ, ଫରହାନ୍ ଗତ ୧୭ ତାରିଖରେ ଏକ ଟ୍ୱିଟ୍ କରି ଲେଖିଥିଲେ, ‘ଆପଣମାନେ ଜାଣିବା ଉଚିତ୍ ଯେ ଏହି ପ୍ରଦର୍ଶନ କ’ଣ ପାଇଁ ଜରୁରୀ? ଆପଣ ସମସ୍ତଙ୍କ ସହ ୧୯ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଦେଖା ହେବ। କେବଳ ସୋଶାଲ୍ ମିଡିଆରେ ବିରୋଧ କରିବାର ସମୟ ଏବେ ସରିଯାଇଛି।’
ଏଥିସହ ସେ ଏକ ଗ୍ରାଫିକ୍ ଶେଆର୍ କରିଥିଲେ, ଯେଉଁଥିରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍ଆର୍ସି)କୁ ବ୍ୟାଖ୍ୟା କରାଯାଇଥିଲା। ତେବେ ଏଥିରେ ଭାରତ ମାନଚିତ୍ରଟି ଭୁଲ୍ ଥିଲା। ଫଳରେ ସେ ଆଉ ଏକ ଟ୍ୱିଟ୍ କରି ଏଥିପାଇଁ କ୍ଷମା ମାଗିଥିଲେ।
ଫର୍ହାନ୍ ଏଥିରେ ଲେଖିଥିଲେ ଯେ ଡିସେମ୍ବର ୧୯ ତାରିଖର ବୈଠକକୁ ନେଇ ସେ ଏକ ପୋଷ୍ଟ୍ କରିଥିଲେ। ସେ ଯାହା କହିଥିଲେ ସେଥିରୁ ପଲଟି ନାହାନ୍ତି। କିନ୍ତୁ ଏହି ଗ୍ରାଫିକ୍ ରେ ଭାରତର ମାନଚିତ୍ର ଭୁଲ୍ ଥିଲା। କଶ୍ମୀରର ପ୍ରତ୍ୟେକ ଇଞ୍ଚ୍ ଓ ଅଂଶ ହେଉଛି ଭାରତର। ସେ ଉକ୍ତ ଭୁଲ୍ ମାନଚିତ୍ରକୁ ଗ୍ରହଣ କରୁ ନାହାନ୍ତି।