Odisha Link
Bridging the Missing Links in Odisha

ହାଇକୋର୍ଟରେ ଦାଖଲ ହେଲା କୁନ୍ଦୁଲି ଏସଆଇଟି ରିପୋର୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟାର ମାମଲାର ଏସଆଇଟିସ୍ତରୀୟ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି । ତେବେ ଏହି ଅବସରରେ ହାଇକୋର୍ଟ ଟ୍ରାଏଲ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଆବେଦନକାରୀଙ୍କୁ ଅଭିଯୋଗ ଥିଲେ ଟ୍ରଏଏ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟାର ମାମଲାର ଏସଆଇଟି ରିପୋର୍ଟ ଏକ ମୁଦା ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଥିଲା । ତେବେ ଚୂଡ଼ାନ୍ତ ରିପୋର୍ଟ ପାଇଁ ଏସଆଇଟି ଟିମ ଆଉ ସପ୍ତାହେ ସମୟ ମାଗିଥିବାବେଳେ ହାଇକୋର୍ଟ ଡିସେମ୍ବର ୨୩ ପର୍ଯ୍ୟନ୍ତ ସମୟ ଦେଇଥିଲେ । ପୀଡ଼ିତାଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଶ୍ରୀଜୀ ଭାଉସାର ଏହି ସୂଚନା ଦେଇଥିଲେ । ଏହି ମାମଲାର ତଦନ୍ତ ପାଇଁ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ । ୩ଜଣ ରେଞ୍ଜର ଓ ୩ ଜଣ ଡିଆଜିଙ୍କୁ ନେଇ ଏସଆଇଟି ଗଠନ କରାଯାଇଥିଲା ।

Comments are closed.