Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ନିର୍ବାଚନ : ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୋଟିଏ ପଟେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିବାବେଳେ ଜାମସେଦପୁର ପୂର୍ବ ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜଣେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ଠାରୁ ବି ପଛୁଆ ରହିଛନ୍ତି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଏଯାବତ ୧୪୪୭୯ ଖଣ୍ଡ ଭୋଟ ପାଇଥିବାବେଳେ ରଘୁବର ଦାସଙ୍କୁ ୧୩୭୦୮ ଖଣ୍ଡ ଭୋଟ ମିଳିଛି ।

ଗତ ନିର୍ବାଚନରେ ରଘୁବର ସେହି ଆସନରୁ ୭୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ବାଜିମାତ କରିଥିଲେ । ଯାହାକି ବିଜେପି ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି । ଜାମସେଦପୁର ପୂର୍ବ ଆସନରୁ ୨୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ସ୍ୱାଧୀନ ପ୍ରାର୍ଥୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ବିରୋଧରେ ସିଧାସଳଖ ଲଢେ଼ଇ ହେଉଛି । ରଘୁବରଙ୍କୁ ପରାସ୍ତ କରିବା ପାଇଁ ସବୁ ଦଳ ଏକାଠି ହୋଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ଏଭଳି ଫଳାଫଳ ଆସୁଛି ।

Comments are closed.