Odisha Link
Bridging the Missing Links in Odisha

ମାମଲାର ଚାର୍ଜସିଟ୍‌ ଦାଖଲ କରିପାରୁନି ପୋଲିସ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଥାନାରେ ‘ମୋ ସରକାର’ ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଭିଯୋଗକାରୀ ଯେପରି ହଇରାଣ ଥାନାରେ ହେବେନାହିଁ ହେଲେ ପୋଲିସ କିନ୍ତୁ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍‌ ଦାଖଲ କରିବାରେ ଅସମର୍ଥ। ଯେଉଁ ଥାନାରୁ ଏହି ଯୋଜନା ଆରମ୍ଭ ହୋଇଥିଲା ସେହି ଥାନାରେ ୪ ବର୍ଷ ହେଲା ଦେଢ଼ ହଜାର ମାମଲା ପଡିରହିଛି।ସୂଚନା ମୁତାବକ, ସହିଦନଗର ଥାନାରେ ୨୦୧୬ ମସିହାରେ ୬୭୦ ମାମଲା ରୁଜୁ ହୋଇଥିବା ବେଳେ ୪୦୧ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ସେହିଭଳି ୨୦୧୭ ମସିହାରେ ୬୦୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୨୩ଟିରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ସେହିଭଳି ୨୦୧୮ ମସିହାରେ ୫୭୩ଟି ମାମଲା ରୁଜୁ ହୋଇଥିଲା। ୨୦୮ଟିରେ ପୁଲିସ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଚଳିତ ବର୍ଷ ନଭେମ୍ବର ୩୦ ସୁଦ୍ଧା ୬୩୭ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ମାତ୍ର ୧୨୫ଟି ମାମଲାରେ ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି। ଅଦ୍ୟାବଧି ୫୧୨ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇନାହିଁ।

ଏହାର କାରଣ କର୍ମଚାରୀ ଅଭାବ ବୋଲି ପୁଲିସ ଦର୍ଶାଇଛି। ବାସ୍ତବରେ ଏହା ସତ୍ୟ ନୁହେଁ। ସହିଦନଗର ଥାନା ଅନ୍ତର୍ଗତ ୪ଟି ଫାଣ୍ଡିରେ ମୋଟ ୩ଟି ହାବିଲଦାର ଓ ୩୧ଟି କନେଷ୍ଟବଳ ପଦ ଖାଲି ପଡ଼ିଛି। ଏ ନେଇ ବରି‌ଷ୍ଠ ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ଏହି ଖାଲି ପଦ ପାଇଁ ଚାର୍ଜସିଟ୍‌ ଦାଖଲର କୌଣସି ସମ୍ପର୍କ ନାହିଁ। ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍‌ସ୍‌ପେକ୍ଟର ମାମଲାର ତଦନ୍ତ କରି ଚାର୍ଜସିଟ୍‌ ଦାଖଲ କରଥାନ୍ତି।

Comments are closed.