Odisha Link
Bridging the Missing Links in Odisha

ଭାରତରୁ ପୋଲିଓ ମାର୍କର ଆମଦାନୀ କରିବ ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ସହ ସମସ୍ତ ପ୍ରକାରର ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବାର କିଛିମାସ ପରେ ପାକିସ୍ତାନ ଭାରତରୁ ପୋଲିଓ ମାର୍କର ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ରିପୋର୍ଟ ମୁତାବକ ଏହି ଆମଦାନୀ ପାଇଁ ପାକିସ୍ତାନର କେନ୍ଦ୍ରୀୟ କ୍ୟାବିନେଟ୍‌ ଅନୁମତି ଦେଇଛି। ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପରେ ଚିହ୍ନଟ ପାଇଁ ସେମାନଙ୍କ ଅଙ୍ଗୁଳିରେ ଏକ ଚିହ୍ନ ଦିଆଯାଏ। ପୋଲିଓ ମାର୍କର ମାଧ୍ୟମରେ ଏହି ଚିହ୍ନ ଦିଆଯାଇଥାଏ। ଶିଶୁମାନଙ୍କୁ ଏହା ଦିଆଯାଉଥିବାରୁ ଏହି ମାର୍କରରେ ବ୍ୟବହାର ହେଉଥିବା କାଳି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ। ଯାହା ଶିଶୁମାନଙ୍କ ପାଇଁ ନିରାପଦ। ଶିଶୁମାନଙ୍କ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତିପ୍ରାପ୍ତ ମାର୍କର ହିଁ ବ୍ୟବହାର କରିହେବ। ବିଶ୍ୱରେ କେବଳ ଭାରତ ଓ ଚୀନରେ ଏହି ପୋଲିଓ ମାର୍କର ତିଆରି କରାଯାଇଥାଏ।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ଭାରତ ସହ ନିଜର କୂଟନୈତିକ ସଂପର୍କକୁ ହ୍ରାସ କରିବା ସହ ବାଣିଜ୍ୟିକ ସଂପର୍କ ଛିନ୍ନ କରିଥିଲା। ଏହା ଦ୍ୱାରା ପାକିସ୍ତାନର ଶିଳ୍ପ ଜଗତ ବ୍ୟାପକ କ୍ଷତି ହୋଇଥିଲା ପରେ ଏହି କଟକଣାକୁ କୋହଳ କରାଯାଇଥିଲା।।

Comments are closed.