Odisha Link
Bridging the Missing Links in Odisha

‘ଭୂତ ବିଦ୍ୟା’ ପଢ଼ିବେ ବିଦ୍ୟାର୍ଥୀ

ବାରଣାସୀ : ଭୂତ ପ୍ରେତ ନାଁ ଶୁଣିଲେ ଛୋଟରୁ ବଡ଼ ସମ୍ଭିଏଁ ଡ଼ରି ଯାଆନ୍ତି । କେହି କେହି ଏହାକୁ ବିଶ୍ବସ କରନ୍ତି ତ ଆଉ କେହି ଏହାକୁ ବିଶ୍ବାସ କରିନଥାନ୍ତି । ହେଲେ ଅନେକ ଲୋକ ଏମାନଙ୍କର ଆଲୌକିକ କାରନାମା ବିଷୟରେ ଜାଣିବାକୁ ଇଚ୍ଛୁକ ଥାନ୍ତି । ସାଧାରଣତଃ ଲୋକ ମାନେ ଭୂତକୁ ନେଇ ନିଜ ମନ ଭିତରେ ଅନେକ କାହିଣୀ ଗଛଟି ରଖିଥାନ୍ତି ଆପଣ ଜାଣିଲେ । ହେଲେ ଏହାକୁ ନେଇ ବନାରସ ହିନ୍ଦୁ ୟୁନିଭର୍ସିଟି ରେ ଭୂତ ବିଦ୍ୟା ବା ସାଇନ୍ସ ଅଫ ପାରାନର୍ମାଲ ଏକ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଇଛି ।

ଆପଣ ଭୂତ ପ୍ରେତ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ? ଯଦି ହଁ ତେବେ ବନାରସ ହିନ୍ଦୁ ୟୁନିଭର୍ସିଟି(ବିଏଚୟୁ)ରେଏହି ପାଠ୍ୟକ୍ରମରେ ଯୋଗ ଦେଇ ପାରିବେ । ଏହି ପାଠ୍ୟ କ୍ରମାର ସମୟ ସୀମା ୬ ମାସ ରଖା ଯାଇଛି । ଭୂତ ବିଦ୍ୟା ସମ୍ପର୍କିତ ଏହି ପାଠ୍ୟକ୍ରମରେ ମନୋଚିକିତ୍ସା ସମ୍ବନ୍ଧୀୟ ବିକାରଗ୍ରସ୍ତ ରୋଗୀଙ୍କୁ କିଭଳି ଉପଚାର କରାଯାଇପାରିବ ସେ ନେଇ ପାଠ ପଢ଼ାଯିବ ।

ଯେଉଁ ଲୋକମାନେ ଭୂତକୁ ନେଇ ନିଜ ମନରେ ଭୟ ରଖୁଛନ୍ତି ସେମାନଙ୍କୁ କିଭଳି ଚିକିତ୍ସା କରାଯିବ ସେ ବାବଦରେ ଏହି ପାଠ୍ୟକ୍ରମ ଦ୍ବାରା ପଢ଼ାଯିବ । ଏହା ଆସନ୍ତା ଜାନୁୟାରିରୁ ଆରମ୍ଭ ହେବାକୁ ଯାଉଛି ଓ ଆୟୁର୍ବେଦ ବିଭାଗ ଦ୍ୱାରା ଏହି ପାଠ୍ୟକ୍ରମକୁ ପରିଚାଳନା କରାଯିବ ।

ଭୂତ ଯୋଗୁଁ ହେଉଥିବା ମାନସିକ ରୋଗର ଚିକିତ୍ସା ବାବଦରେ ବ୍ୟାଚେଲର ଅଫ ଆୟୁର୍ବେଦିକ ମେଡ଼ିସିନ ଆଣ୍ଡ ସର୍ଜରୀ(ବିଏଏମଏସ) ଓ ବ୍ୟାଚେଲର ଅଫ ମେଡ଼ିସିନ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ(ଏମବିବିଏସ) ଡିଗ୍ରିଧାରୀଙ୍କୁ ଏହି ପାଠ୍ୟକ୍ରମ ପଢ଼ାଯିବ । ଆୟୁର୍ବେଦ ବିଭାଗର ମୁଖ୍ୟ ଯାମିନୀ ଭୂଷଣ ତ୍ରିପାଠୀ କହିଛନ୍ତି ଯେ ଡାକ୍ତରମାନଙ୍କୁ ଔପଚାରିକ ଶିକ୍ଷା ପ୍ରଦାନ କରିବା ପାଇଁ ଆୟୁର୍ବେଦ ପାଠ୍ୟକ୍ରମରେ ଭୂତବିଦ୍ୟା ସମ୍ପର୍କିତ ଏକ ପାଠ୍ୟକ୍ରମକୁ ସ୍ଥାନ ଦିଆଯାଇଛି |

Comments are closed.