Odisha Link
Bridging the Missing Links in Odisha

ପଖନାଗୁଡ଼ା ଗ୍ରାମରେ ବୃଦ୍ଧ ମୃତ

ନବରଙ୍ଗପୁର : ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଚିଯାଇଛି । ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକଙ୍କ ନାମ ସମଦୁ ଗଣ୍ଡ ଓ ତାଙ୍କର ବୟସ ୬୦ । ଡାବୁଗାଁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନାଅନୁସାରେ , ବୁଧବାର ଅପରାହ୍ନ ୪ ଘଣ୍ଟା ସମୟରେ ପଖନାଗୁଡ଼ା ଗ୍ରାମର ସମଦୁ ଗଣ୍ଡ (୬୦) ଶୌଚ ପାଇଁ ଗ୍ରାମ ନିକଟ ଏକ ପୋଖରୀକୁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ସମଦୁ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ।

ମାତ୍ର ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ବୃଦ୍ଧ ସମଦୁ ଗଣ୍ଡଙ୍କ ଶବ ଗ୍ରାମ ନିକଟସ୍ଥ ପୋଖରୀରେ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକଙ୍କୁ ଏ ନେଇ ଖବର ଦେଇଥିଲେ ।

ଏହାପରେ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ତାପରେ ଡାବୁଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମଦୁଙ୍କ ଶବକୁ ଉଦ୍ଧାର କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Comments are closed.