Odisha Link
Bridging the Missing Links in Odisha

ଜେଏସପିଏଲ ଫାଉଣ୍ଡେସନକୁ ଗ୍ରୋ କେୟାର ଇଣ୍ଡିଆ ସିଏସଆର ପୁରସ୍କାର

ଭୁବନେଶ୍ବର  : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ)ର ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ସଂସ୍ଥାନ ଜେଏସପିଏଲ ଫାଉଣ୍ଡେସନକୁ ପ୍ଳଟିନମ କାଟେଗୋରୀ ରେ ଗ୍ରୋ କେୟାର ଇଣ୍ଡିଆ ସିଏସଆର ପୁରସ୍କାର ରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶିଷ୍ଠ ଗାୟକ ତଥା ଲୋକ ସଭା ସାଂସଦ ପଦ୍ମଶ୍ରୀ ହଂସ ରାଜ ହଂସ ଙ୍କ ଠାରୁ ଜେଏସପିଏଲର ପରିଚାଳନା ନିର୍ଦେଶକ ଭି.ଆର ଶର୍ମା ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ ।

ଭାରତର ବିଭିନ୍ନ ରାଜ୍ୟରେ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଥିଲେ ଯେ, ବିଭିନ୍ନ ବିକାଶ ମୂଳକ କାର‌୍ୟ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପ୍ରଚେଷ୍ଠା କରିଆସୁଛି ।

ଏହି କାର୍ଯ୍ୟକ୍ରମ ଗୁଡିକୁ ଅଧିକ ଲୋକ ମାନଙ୍କ ନିକଟରେ ପହଂଚାଇବା ପାଇଁ ଏହି ପୁରସ୍କାର ଆମକୁ ପ୍ରେରଣା ଯୋଗାଇବା । ଗ୍ରୋ କେୟାର ଇଣ୍ଡିଆ ଫାଉଣ୍ଡେସନ ଏବଂ ଜୁରୀ ସଦସ୍ୟ ମାନଙ୍କୁ ଜିନ୍ଦଲ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନାର ପୂର୍ବତନ ଫାକ୍ଟ୍ରି ନିର୍ଦେଶକ ପି. ଏମ. ଚନ୍ଦ୍ରମୋହନ, ଗ୍ରୋ କେୟାର ଇଣ୍ଡିଆ ଫାଉଣ୍ଡେସନର ଅଧ୍ୟକ୍ଷ ରାକେଶ ଦ୍ୱିବେଦୀ ଏବଂ ଗ୍ରୋ କେୟାର ଇଣ୍ଡିଆ ଫାଉଣ୍ଡେସନର ଉପାଧ୍ୟକ୍ଷ୍ୟା କଳ୍ପନା ସିଂ ଉପସ୍ଥିତ ଥିଲେ ।

ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଆଦି ବିଭିନ୍ନ କ୍ଷେତ୍ରରେ ଜେଏସପିଏଲ ଫାଉଣ୍ଡେସନ ଓଡିଶା, ଛତିଶଗଡ ଓ ଝାରଖଣ୍ଡ ର ୫୫୦ଟି ଗ୍ରାମରେ କାର୍ଯ୍ୟ କରିଆସୁଛି ଓ ଜାତିସଂଘର ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ ପରିଚାଳିତ ଏହି କାର୍ଯ୍ୟକ୍ରମ ଗୁଡିକ ଦ୍ୱାରା ଜେଏସପିଏଲ ଫାଉଣ୍ଡେସନ ୧୮ ଲକ୍ଷ ଙ୍କ ନିକଟରେ ପହଂଚି ପାରିଛି ଓ ନିକଟରେ ଜେଏସପିଏଲ ଫାଉଣ୍ଡେସନ ଆସୋଚାମ ୱମେନ ଆଚିଭର୍ସ ଆୱାର୍ଡ, ଫିକି ସିଏସଆର ଆୱାର୍ଡ, ଏନଜିଓ ବକ୍ସ ଇମ୍ପାକ୍ଟ ଆୱାର୍ଡ ଆଦି ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛି ।

Comments are closed.