Odisha Link
Bridging the Missing Links in Odisha

ନୂଆ ରୂପରେ ଭୁବନେଶ୍ବର-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ତଥା ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ । ରାଜଧାନୀ ଏକ୍ସପ୍ରେସର ବିଭିନ୍ନ ବଗିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଚିତ୍ରିତ କରାଯାଇଛି ।
ଏହି ନୂଆ ଟ୍ରେନକୁ ଆଜି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଷ୍ଟକୋଷ୍ଟ ରେଲୱେ ଓ ନାଲକୋର ମିଳିତ ଉଦ୍ୟମରେ ପ୍ରୟାସ କରାଯାଛି । ଏହାଦ୍ବାରା ଓଡିଶା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ଟ୍ରେନ ମଧ୍ୟମରେ ରାଜଧାନୀ ଦିଲ୍ଲୀ ସହ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଓଡିଶାର ଐତିହ୍ୟର ବାର୍ତ୍ତା । ସେହିପରି ଆଜିଠାରୁ ଓଡିଶାର ୩୧୭ଟି ଷ୍ଟେସନରେ ଇଂରାଜୀ, ହିନ୍ଦୀ ସହ ଓଡିଆରେ ଅଣସଂରକ୍ଷିତ ଟିକେଟ ସବୁ ଉପଲବ୍ଧ ହେଉଛି।

Comments are closed.