Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ଅନୁଗୋଳ : କଡ଼ା କଡ଼ି ସୁରକ୍ଷା ପରେ ମଧ୍ୟ ସଡ଼କ ଦୁର୍ଘଟଣା କମୁନାହିଁ । ଅଧିକାଶଂ କମ ବସୟର ବ୍ୟକ୍ତି ମାନେ ଏହି ଦୁର୍ଘଟଣାର ଶିକାର ହେଉଛନ୍ତି । ଅନୁଗୋଳଅନୁଗୋଳ ଜିଲ୍ଲା ଆଠମଲିକ ଥାନା ଅନ୍ତର୍ଗତ ମାଧପୁର ବାମୁର ରାସ୍ତା ନୂଆଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି ଏକ ଅଜଣା ଗାଡ଼ି ଏକ ବାଇକ୍ କୁ ଧକ୍କା ଦେଇଥିଲା ।

ବାଇକ୍ ରେ ତିନି ଜଣ ବ୍ୟକ୍ତି ବସି ମାଧପୁର ଛକକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସମୟରେ ଜଣେ ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା ଗ୍ରାମର ଚିତ୍ତରଞ୍ଜନ ସାହୁ ଏବଂ ଅନ୍ୟ ଜଣେ ବିକାଶ ସାହୁ ।

ସୁଚନାଅନୁସାରେ ସମସ୍ତେ ଭୋଜି ପାଇଁ ମାନଯୋର ଡ୍ୟାମ ନିକଟକୁ ଯାଇଥିଲେ। ସେଠାରୁ କୌଣସି କାମରେ ନିକଟସ୍ଥ ମାଧପୁର ବଜାରକୁ ବାଇକ୍‌ରେ ୩ ଜଣ ଆସୁଥିବା ସମୟରେ ଏକ ଅଜଣା ଗାଡି ସହିତ ଧକ୍କା ହୋଇଥିଲା। ୩ ଜଣଙ୍କୁ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ପରେ ଅନ୍ୟ ୨ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିକାଶ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ସୁଜିତ ପ୍ରଧାନ ନାମକ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଆଠମଲ୍ଲିକ ପୁଲିସ୍‌ ଦୁର୍ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।

Comments are closed.