Odisha Link
Bridging the Missing Links in Odisha

ଉତ୍ତମ ପ୍ରଶାସନ ସୂଚକାଙ୍କରେ ଓଡ଼ିଶା ୧୪

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରଶାସନର ଗୁଣବତ୍ତା ଓ ଲୋକମାନଙ୍କ ଉପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ଅନୁସାରେ ଉତ୍ତମ ପ୍ରଶାସନ ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ଉତ୍ତମ ପ୍ରଶାସନ ସୂଚକାଙ୍କରେ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି ତାମିଲନାଡ଼ୁ। ବଡ଼ ରାଜ୍ୟ ଶ୍ରେଣୀରେ ତାମିଲନାଡ଼ୁ ପ୍ରଥମ ହୋଇଥିବାବେଳେ ଓଡ଼ିଶା ଏହି ତାଲିକାର ୧୪ତମ ସ୍ଥାନରେ ରହିଛି । କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ହୋଇଛି। ଏହି ତାଲିକାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ବଡ଼ ରାଜ୍ୟ, ଉତ୍ତର-ପୂର୍ବ ଓ ପାହାଡ଼ିଆ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ।ଉତ୍ତର-ପୂର୍ବ ଓ ପାହାଡ଼ିଆ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଉତ୍ତରାଖଣ୍ଡ,ତ୍ରିପୁରା, ମିଜୋରାମ,ସିକ୍କିମ, ଆସାମ ଆଦି ରାଜ୍ୟ ଅଛନ୍ତି। ଏହି ବର୍ଗର ଶେଷ ସ୍ଥାନରେ ଅରୁଣାଚଳପ୍ରଦେଶ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳ ବର୍ଗରେ ପୁଡ଼ୁଚେରୀ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଚଣ୍ଡିଗଡ଼, ଦିଲ୍ଲୀ, ଦାମନ ଓ ଡିଉ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆଦି ରହିଛନ୍ତି। ଏହି ବର୍ଗର ଶେଷ ସ୍ଥାନରେ ଲକ୍ଷଦ୍ୱୀପ ରହିଛି।

Comments are closed.