Odisha Link
Bridging the Missing Links in Odisha

୫୪ବର୍ଷ ବୟସରେ ପାଦ ଥାପିଲେ ଭାଇଜାନ

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ୍ ଖାନଙ୍କ ଜନ୍ମଦିନ। ୫୪ବର୍ଷ ବୟସରେ ପାଦ ଥାପିଲେ ଭାଇଜାନ “ସଲମାନ ଖାନ”। ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୬୫ମସିହା ଡ଼ିସେମ୍ବର ୨୭ତାରିଖ‌ରେ ଜନ୍ମଗ୍ରହଣ କରିଥିଲେ ସଲମାନ। ତାଙ୍କର ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ। ଆଜି ବଲିଉଡ଼ ଜଗତରେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା | ବର୍ତ୍ତମାନ ସମୟରେ ସଲମାନ ଏକାଧାରାରେ ଜଣେ ଅଭିନେତା, ପ୍ରଯୋଜକ, ଗାୟକ ଏବଂ ଜଣେ ସୁପର୍‌ଷ୍ଟାର୍‌ ଭାବେ ପରିଚିତ।

ସେ ୧୯୮୮ରେ ‘ବିୱି ହୋ ତୋ ଐସି‘ ଚଳଚ୍ଚିତ୍ରରୁ ନିଜର ବଲିଉଡ଼ ଯାତ୍ରା ଆରମ୍ଭ କରିଥିଲେ। ପରେ ୧୯୮୯ରେ ସୁରଜ ବଡଜାତ୍ୟାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ମୈନେ ପ୍ୟାର କିୟା ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା। ତା ପରେ ‘ହମ୍ ଆପକେ ହୈଁ କୌନ୍‘(୧୯୯୪), ‘କରନ୍ ଅର୍ଜୁନ୍‘ (୧୯୯୫), ‘ବିୱି ନଂ ୧‘ (୧୯୯୯), ‘ହମ୍ ସାଥ୍ ସାଥ୍ ହୈଁ‘ (୧୯୯୯) ପରି ସୁପରହିଟ୍ ସିନେମା ଦେଇ ସେ ସୁପରଷ୍ଟାର ପାଲଟି ଯାଇଥିଲେ। ‘କୁଛ୍ କୁଛ୍ ହୋତା ହୈ‘ ଲାଗି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାର ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। ୨୦୦୯ମସିହାରେ ୱାଣ୍ଟେଡ, ୨୦୧୦ରେ ସେ ‘ଦବଙ୍ଗ‘, ‘ବଡ଼ିଗାର୍ଡ଼‘ (୨୦୧୧), ‘ଏକ୍ ଥା ଟାଇଗର୍‘ (୨୦୧୨), ‘କିକ୍‘ (୨୦୧୪) , ‘ବଜରଙ୍ଗୀ ଭାଇଜାନ୍‘ (୨୦୧୫) ,‘ପ୍ରେମ୍ ରତନ୍ ଧନ୍ ପାୟୋ‘ (୨୦୧୫) , ‘ସୁଲତାନ୍‘ (୨୦୧୬) ପରି ସୁପରହିଟ୍ ସିନେମା ଦାରଶକଙ୍କୁ ଭେଟିଦେଇଛନ୍ତି। ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦବଙ୍ଗ-୩ ମୁକ୍ତିଲାଭ କରିଛି। ସିନେମା ଜଗତକୁ ତାଙ୍କର ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି।

Comments are closed.