Odisha Link
Bridging the Missing Links in Odisha

ରଣଜୀ ଟ୍ରଫି: ଓଡ଼ିଶାର ଦମଦାର ବିଜୟ, ଉତ୍ତରାଖଣ୍ଡକୁ ୧୦ ୱିକେଟରେ ହରାଇଲା

କଟକ: ଚଳିତ ରଣଜୀ ଟ୍ରଫିରେ ଏପର୍ଯ୍ୟନ୍ତ ଓଡ଼ିଶା ଦଳର ଦମଦାର ପ୍ରଦର୍ଶନ। ଆଜି ଆଉ ଏକ ଦମଦାର ବିଜୟ ଲାଭ କରିଛି ଓଡ଼ିଶା ରଣଜୀ ଦଳ। କଟକରେ ଅନୁଷ୍ଠିତ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ ମ୍ୟାଚରେ ଆଜି ଓଡିଶା ଦଳ ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାଜୟ କରିଛି। ପ୍ରଥମେ ବ୍ୟାଟିଂ କରି ଉତ୍ତରାଖଣ୍ଡ ୧୧୭ ରନ୍ କରିଥିଲା ଏହାପରେ ଓଡିଶା ୨୫୩ ରନ କରି ୧୩୬ ରନରେ ଆଗୁଆ ରହିଥିଲା। ଦ୍ବିତୀୟ ଇନିଂସରେ ଉତ୍ତରାଖଣ୍ଡ ୧୯୫ ରନ୍ କରି ଅଲ୍ ଆଉଟ୍ ହୋଇଯିବା ପରେ ଓଡିଶା ଆଗରେ ଜିତିବା ପାଇଁ ୬୦ରନର ବିଜୟ ଲକ୍ଷ ରହିଥିଲା।

ଦ୍ବିତୀୟ ପାଳିରେ ଓଡିଶା ଦଳ କୌଣସି ୱିକେଟ ନହରାଇ ୬୩ ରନ କରି ୧୦ ୱିକେଟରେ ବିଜୟୀ ହୋଇଛି। ଓଡିଶାର ପ୍ରଥମ ଇନିଂସରେ ଓପନର ସାନ୍ତୁନୁ ମିଶ୍ର ୧୧୦ରନ୍ ଏବଂ ଦ୍ବିତୀୟ ପାଳିରେ ଅପରାଜିତ ୨୯ରନ୍ କରିଥିଲେ। ବୋଲରଙ୍କ ଭିତରୁ ବସନ୍ତ ମହାନ୍ତି ମାତ୍ର ୧୭ ରନ୍ ଦେଇ ୬ ୱିକେଟ ନେବାପରେ ଦ୍ବିତୀୟ ପାଳିରେ ୩ ୱିକେଟ ନେଇଥିଲେ। ଦ୍ବିତୀୟ ଇନିଂସରେ ଓଡିଶାର ଅନ୍ୟ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୫ୱିକେଟ ଦଖଲ କରିଥିଲେ।

Comments are closed.