Odisha Link
Bridging the Missing Links in Odisha

ଭାରତରୁ ଯାଉଛନ୍ତି ବାଂଲାଦେଶୀ ନାଗରିକ

ଢାକା : ଆସାମରେ ଏନଆରସି ଓ ଏନ୍‌ସିସି ଲାଗୁହେବା ପରେ ଭାରତରେ ବେଆଇନଭାବେ ରହୁଥିବା ବାଂଲାଦେଶୀ ଦଳ ଦଳ କରି ନିଜ ଦେଶକୁ ଫେରିଯାଉଛନ୍ତି। ଗତ ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୪୪୫ ଜଣ ବାଂଲାଦେଶୀ ଫେରିଯାଇଥିବା ବର୍ଡର ଗାର୍ଡ୍ସ ବାଂଲାଦେଶ (ବିଜିବି)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ସଇଫୁନିଲ ଇସଲାମ କହିଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ଭାରତରୁ ଫେରୁଥିବା ପ୍ରାୟ ୧୦୦୦ ବାଂଲାଦେଶୀଙ୍କୁ ବିଜିବି ପକ୍ଷରୁ ଗିରଫ କରାଯାଇଛି। ସେମାନଙ୍କୁ ଜେରା କରିବା ପରେ ଜଣାପଡ଼ିଛି ଯେ ସେମାନେ ବାଂଲାଦେଶର ନାଗରିକ ଓ ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିଲେ। ନୂଆ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ବାଂଲାଦେଶୀ ଶରଣାର୍ଥୀଙ୍କ ମନରେ ଭୟ ବଢିଯାଇଛି। ସେମାନେ ଭାରତରେ ରହିବାକୁ ଆଉ ସୁରକ୍ଷିତ ମନେକରୁନାହାନ୍ତି। ଏଥିପାଇଁ ସେମାନେ ଦଳ ଦଳ ହୋଇ ବାଂଲାଦେଶକୁ ଫେରିଯାଉଛନ୍ତି।

Comments are closed.