ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳୁ ୩ଟି ମୃତଦେହ ଉଦ୍ଧାର

ବଣାଇ: ଏକ ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳୁ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାର ପ୍ରାୟ ୧୫ ଘଣ୍ଟା ପରେ ପୁଲିସ ଏହି ମୃତଦେହଗୁଡିକୁ ଉଦ୍ଧାର କରିଛି।
ସୂଚନାଯୋଗ୍ୟ ଯେ, କେ.ବଲାଙ୍ଗ ଥାନା ଚୋରଧରା ନିକଟରେ ଗୁରୁବାର ଏକ ଡମ୍ପର ଓଲଟି ପଡିଥିଲା। ଡମ୍ପର ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।