Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି-୫ଙ୍କର ଦ୍ୱାଦଶ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ବିଭାଗୀୟ ସ୍ଥାୟୀ କମିଟି-୫ଙ୍କର ଦ୍ୱାଦଶ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ- ୫୪ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ମେଡିକାଲ୍‌ କଲେଜ୍‌ ଓ ହସ୍‌ ପିଟାଲ୍‌ ଏବଂ ବାଲେଶ୍ୱର, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାର ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂର୍ପକରେ ସମୀକ୍ଷା କରାଯାଇଥିଲା ।

ଏହି ବୈଠକରେ ସଂ ପୃକ୍ତ କମିଟିର ସଦସ୍ୟସଦସ୍ୟାଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।

Comments are closed.