Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ଦୂତ : ମମତା ବାନାର୍ଜୀ

ସିଲିଗୁଡ଼ି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣ ମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ସିଲିଗୁଡ଼ିର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାତ୍ସଲ୍ୟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଦୂତ ବୋଲି କହିଛନ୍ତି। ମମତା ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ‘ସବୁ କଥାରେ ପାକିସ୍ତାନର ଗୌରବ କାଇଁ ବଖାଣୁଛ? ବରଂ ଭାରତ ବିଷୟରେ ଏପରି କଥା କହିଲେ ଭଲ ହେବ। ଆମେ ପାକିସ୍ତାନୀ ନୁହେଁ, ଆମେ ହିନ୍ଦୁସ୍ତାନୀ। ତୁମେ ଭାରତର ପ୍ରଧାନମନ୍ତ୍ରୀ ନା ପାକିସ୍ତାନର ଦୂତ? ମମତା ରାଲିରେ ମୋଦୀଙ୍କୁ ଆହୁରି ବି କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ଦୂତ ଭଳି ଆଚରଣ କରୁଛନ୍ତି ସବୁକଥାରେ ପାକିସ୍ତାନ ପ୍ରସଙ୍ଗ ଉଠାଉଛନ୍ତି।

ଏହା ବ୍ୟତୀତ ସେ ମୋଦୀଙ୍କୁ ନାଗତିକତା ସଂଶୋଧନ ଆଇନ୍‌ ଓ ଏନ୍‌ଆର୍‌ସିକୁ ନେଇ ମଧ୍ୟ କହିଛନ୍ତି। ସିଏଏ ପ୍ରସଙ୍ଗରେ ମମତା କହିଛନ୍ତି କି ‘ଏହା ଏକ ଲଜ୍ଜାକର ବିଷୟ ଯେ ୭୦ ବର୍ଷର ସ୍ବାଧୀନତା ପରେ ବି ଆମମାନଙ୍କୁ ଆମମାନଙ୍କ ନାଗରିକତା ପ୍ରମାଣ କରିବାକୁ ହେବ। ଧର୍ମ ନାମରେ ଦେଶକୁ କିପରି ବିଭାଜନ କରାଯାଏ ତାହା ସେମାନଙ୍କୁ ବେଶ୍‌ ଭଲ ଭାବେ ଜଣା। ଲୋକଙ୍କ ସ୍ବାଧୀନତାକୁ ରକ୍ଷା କରିବା ମୋ ଧର୍ମ। ଦେଶକୁ ଧାର୍ମିକ କଠୋରତାରୁ ବଞ୍ଚାଇବା ପାଇଁ ଏହା ହେଉଛି ଆମର ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ।

Comments are closed.