Odisha Link
Bridging the Missing Links in Odisha

୨୦୧୯ରେ ଯାଇଛି ଏହି କଳାକାରଙ୍କର ଜୀବନ ଜାଣନ୍ତୁ

ଭୁବନେଶ୍ୱର : ବଲିଡ଼ର ଅନେକ ଅଭିନେତା ଓ ଅଭିନେତ୍ରୀ ଆମ ଗହଣରେ ନାହାନ୍ତି । ନିଜ ଅଭିନୟର ଯାଦୁରେ ବାନ୍ଧିଦେଇ ଆମକୁ ଛାଡ଼ି ଯାଇଛନ୍ତି । ସେମାନେ ଆମକୁ ହସେଇ ଶୋଇ ଯାଇଛନ୍ତି ଚିର ନିନ୍ଦ୍ରାରେ ।
୨୦୧୮ ଡ଼ିସେମ୍ବର ୩୧ ରେ ହାସ୍ୟଅଭିନେତା କାଦର ଖାଁ ଙ୍କ କାନାଡ଼ାରରେ ମୃତ୍ୟୁ ବରଣ କରିଥିଲେ । କାଦର ୧୧ ଡ଼ିସେମ୍ବର ୧୯୩୭ ଆଫଗାନିସ୍ଥାନ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଫେଜର ଅଲ୍ ଇସଲାମ ସିନେମାରେ ଅଭିନୟ କରି ୧୯୭୧ ମସିହାରେ ସିନେଜଗତରେ ପାଦ ଦେଇଥିଲେ ।

ତାଙ୍କୁ ଏ ଏଫ ଏମ ଆଇ , ବେଷ୍ଟ ଡାଇଲଗ , ବେଷ୍ଟ କମେଡ଼ିଆନ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

୧- ଗିରିଶ୍ କରନାଡ

ଗିରିଶ ୧୯୩୮ ମେ ୧୯ , ମାଥେରାନ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ନିର୍ଦ୍ଦେଶକ , ଅଭିନେତା, କାନାଡ଼ ଲେଖକ ଥିଲେ ।

ଗିରିଶ୍ ଅକ୍ସଫୋଡ଼ ଠାରେ ନିଜ ପଢ଼ା ଶେଷ କରି ସିନେଜଗତରେ ପାଦ ଦେଇଥିଲେ । ତାଙ୍କୁୁ ଅନେକ ସମ୍ମାନରେ ସମ୍ମାନୀତ କରାଯାଥିଲା ସେଗୁଡ଼କ ହେଲା ପଦ୍ମଶ୍ରୀ, ପଦ୍ମଭୁଷଣ, ଜ୍ଞାନପିଠ ବେଷ୍ଟ ଫିଲ୍ମ ଆୱାର୍ଡ଼ ଇତ୍ୟାଦି । ୨୦୧୯ ଜୁନ ୧୦ ରେ ବାଙ୍ଗାଲୁର ଠାରେ ମୃତ୍ୟୁ ବରଣ କରିଥିଲେ ।

୨- ଶ୍ରୀରାମ ଲାଗୁ

୧୬ ନଭେମ୍ବର ୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀରାମ ଲାଗୁ । ସେ ପୁନେଠାରେ ନିଜ ଡ଼ାକ୍ତରୀ ପାଠ ପଢ଼ା ସାରିଥିଲେ । ୪୨ ବୟସରେ ନିଜ ଡ଼ାକ୍ତରୀ ପେଶା ଛାଡ଼ି ଅଭିନୟ ଦୁନିଆରେ ପାଦଦେଇଥିଲେ । ଶ୍ରୀରାମ ଅନେକ ମରାଠି , ହିନ୍ଦୀ ସିନେମା ସହ ଟି.ଭି ସିରିୟଲରେ ନଜର ଆସିଥିଲେ । ସେ ୧୭ ଡ଼ିସେମ୍ବର ୨୦୧୯ ଆରପାରିକୁ ଚାଲିଯାଇଥିଲେ ।

୩- ସୌକତ ଆଜମୀ

ସୌକତ ଆଜମୀ ୨୧ ଅକ୍ଟୋବର ୧୯୨୮ , ଉତ୍ତରପ୍ରଦେଶ ରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମେ ତାଙ୍କର ଜଣେ ବ୍ୟକ୍ତି ସହ ନିର୍ବଦ୍ଦ ହୋଇଯାଉଥିଲା କିନ୍ତୁ ସେ କୈଫି ଆଜମିଙ୍କ ସହ ବିବାହ କରିନେଇଥିଲେ । ତାପରେ ସୌକତ ଓତାଙ୍କ ପତୀଙ୍କ ସହ ମୁମ୍ବାଇଠାରେ ରହିଯାଇଥିଲେ । ୯୦ ବୟସ ୨୨ନମଭେମ୍ବର ୨୦୧୯ରେ ମୃତ୍ୟୁ ବରଣ କରିଥିଲେ । ସେ ଅଭିନେତ୍ରୀ ସବାନା ଆଜମୀଙ୍କ ମା ଥିଲେ।

୪- ବିଜୁ ଖୋଟେ

ବିଜୁ ୧୭ ଡିସେମ୍ବର ୧୯୪୧ ମସିହା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନାଣ୍ଡୁ ଖୋଟେ ଓ ସେ ରଙ୍ଗମଞ୍ଚ କଳାଥିଲେ। ସିନେମା ‘ଶୋଲେ’ରେ ‘କାଲିଆ’ ଚରିତ୍ରଟି ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ତାଙ୍କର ସେହି ଅଭିନୟଟି ଏବେ ବି ମନେପଡ଼େ।
୧୯୬୪ ମସିହାରେ ବିଜୁ ସିନେମା ଜଗତରେ ପାଦ ଦେଇଥିଲେ । ସେ ପାଖାପାଖି ୩୦୦ଟି ହିନ୍ଦୀ ଓ ମରାଠି ସିନେମାରେ କାମ କରିଥିଲେ। ସେ ‘ଶୋଲେ’ ସିନେମା ଛଡା ‘ଗୋଲମାଲ୍‌-୩’, ‘ଅନ୍ଦାଜ୍ ଅପନା ଅପନା’, ‘କୟାମତ୍‌ ସେ କୟାମତ୍‌ ତକ୍‌’, ‘କୁର୍ବାନୀ’, ‘କର୍ଜ’ ‘ନାଗୀନ୍’,’ଅତିଥି ତୁମ୍ କବ୍ ଯାଓଗେ’ ଓ ‘ଅଜବ ପ୍ରେମ୍ କି ଗଜବ୍ କାହାନୀ’ ପରି ସିନେମାରେ ଜବରଦସ୍ତ ଅଭିନୟ କରିଥିଲେ। ‘ଜାନେ କ୍ୟୁଁ ଦେ ୟାରୋ’ ତାଙ୍କର ଶେଷ ସିନେମା ଥିଲା । ଏହି ସିନେମାଟି ୨୦୧୮ରେ ରିଲିଜ୍‌ ହୋଇଥିଲା।

୫- କୁଶଲ ପଞ୍ଜାବୀ

କୁଶଲ ୨୩ ଅପ୍ରେଲ ୧୯୭୭ ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜ କ୍ୟାରିୟର ଡ଼୍ୟାନସର ଓ ମଡ଼େଲ ରୁ ଆରମ୍ଭ କରିଥିଲେ । କୁଶଲ ନିକଟରେ ଟେଲିଭିଜନ୍‌ ସୋ’ ‘ଇସକ୍‌ ମେ ମରଜାୱା’ରେ ନଜର ଆସିଥିଲେ। ସେ ଏହି ସୋ’ରେ ଡେନି ଭୂମିକାରେ ଅଭିନୟ କରିଥିଲେ । ସେ ଅନେକ ଶୋରେ ନଜର ଆସିଥିଲେ ସେଗୁଡ଼ିକ ହେଲା ‘ଏକ ସେ ବଡ଼କର ଏକ’, ‘ଆସମାନ୍‌ ସେ ଆଗ’, ‘ଫିୟର ଫ୍ୟାକ୍ଟର’, ‘ଝଲକ ଦିଖଲା ଯା -୭’, ‘ଜୋରକା ଝଟକା’, ‘ସିଆଇଡି’, ‘ହମତୁମ’, ‘କ୍ୟା ହାଲ ମିଷ୍ଟର ପାଞ୍ଚାଲ’, ‘ସଜନରେ ଫିର ଝୁଠ ମତ ବୋଲୋ’ । ଦର୍ଶକ ତାଙ୍କ ଅଭିନୟକୁ ଅଲେକ ପ୍ରଶଂସା କରୁଥିଲେ ।

କୁଶଲ ଖାଲି ଟି.ଭି ଜଗତରେ ନୁହେଁ ସିନେମା ଦୁନିଆ ମଧ୍ୟ ନିଜର ଛାପ ଛାଡି ଯାଇଛନ୍ତି । ଶେଷ ଥର ପାଇଁ କୁଶଲ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ସିନେମା ‘ଏ ଜେଣ୍ଟଲମ୍ୟାନ୍‌’ରେ ନଜର ଆସିଥିଲେ। ଏଥିସହିତ ଫରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ତଥା ରିତିକ୍‌ ରୋଶନଙ୍କ ଅଭିନୀତ ‘ଲକ୍ଷ୍ୟ’, କରଣ ଜୋହରଙ୍କ ‘କାଲ’ ଓ ‘ଧନ୍‌ ଧନାଧନ୍‌ ଗୋଲ୍‌’ ଭଳି ସିନେମାରେ ସେ ଅଭିନୟ କରିଥିଲେ।

୬-ଖୟାମ୍‌ ହାଶ୍‌ମି

ପଞ୍ଜାବରେ ଜନ୍ମିତ ବଲିଉଡ୍‌ର ଏହି ସଙ୍ଗୀତ ନିର୍ଦ୍ଦେଶକ ‘ଖୟାମ୍’ ନାମରେ ପରିଚିତ ଥିଲେ। ମାତ୍ର ୧୭ ବର୍ଷ ବୟସରେ ଲୁଧିଆନାରେ ସେ ତାଙ୍କ ମ୍ୟୁଜିକ୍ କ୍ୟାରିଅର ଆରମ୍ଭ କରିଥିଲେ। ୧୯୫୩ରୁ ୧୯୯୦ ପର୍ଯ୍ୟନ୍ତ ସେ ବଲିଉଡ୍‌ରେ ସକ୍ରିୟ ଥିଲେ। ୨୦୦୭ରେ ରିଲିଜ୍ ହୋଇଥିବା ‘ଯାତ୍ରା’ ଫିଲ୍ମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘କଭି କଭି’ ଓ ‘ଉମ୍‌ରାଓ ଜାନ୍‌’ ପାଇଁ ତାଙ୍କୁ ଦୁଇ ଥର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ୨୦୧୧ରେ ତାଙ୍କୁ ‘ଫିଲ୍ମ ଫେୟାର ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ’ଉମ୍‌ରାଓ ଜାନ୍‌’ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ୨୦୧୧ରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି।

Comments are closed.