Odisha Link
Bridging the Missing Links in Odisha

କୋଟା ଶିଶୁମୃତ୍ୟୁ ଘଟଣା: ଗେହଲଟଙ୍କ ଉପରେ ବର୍ଷିଲେ ପାଇଲଟ୍‌, କହିଲେ..

କୋଟା: ରାଜସ୍ଥାନର କୋଟାରେ ଶିଶୁମୃତ୍ୟୁ ଘଟିଛି। ଯାହାକି କ୍ଷମତାସୀନ କଂଗ୍ରେସ ସରକାର ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ସମସ୍ୟା ସାଜିଛି। ଏପର୍ଯ୍ୟନ୍ତ କୋଟାର ଜେକେ ଲନ୍‌ ହସ୍ପିଟାଲରେ ୧୦୦ ଜଣରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଅନ୍ୟପଟେ ଶିଶୁମୃତ୍ୟୁକୁ ନେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ କରିଛନ୍ତି।

ସଚିନ୍‌ କହିଛନ୍ତି ଯେ, “ସଂଖ୍ୟାର ଜାଲ ବୁଣି କେହି ଉତ୍ତରଦାୟିତ୍ୱ ନେବାରୁ ଖସିଯାଇ ପାରିବେନାହିଁ। ଆମେ ଅତୀତରେ କ’ଣ ହୋଇଥିଲା ସେ ବିଷୟରେ କଥା ହେବା ଠିକ୍ ନୁହେଁ। ଆମେ ବର୍ତ୍ତମାନ କ’ଣ ହେଉଛି ସେହି ବିଷୟରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଠିକ୍‌ ହେବ।”

ଏତିସହିତ ସେ କହିଥିଲେ ଯେ, “ଏତେ ଶିଶୁଙ୍କ ମୃତ୍ୟୁ ହେଲା। ଉତ୍ତରଦାୟିତ୍ୱ ନେବାକୁ ହେବ। ବସୁନ୍ଧରା କିଛି ଭୁଲ୍‌ କରିଥିଲେ ବୋଲି ତ ଲୋକେ ତାଙ୍କୁ ହରାଇଦେଲେ। ଏବେ ଆମର ଉତ୍ତରଦାୟିତ୍ୱ ରହିବା କଥା।”

ସଚିନ୍‌ କହିଛନ୍ତି, ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ପ୍ରାଥମିକ ପ୍ରତିକ୍ରିୟା ଆହୁରି ସମ୍ବେଦନଶୀଳ ହେବା ଦରକାର। ସରକାରଙ୍କ ପ୍ରତିକ୍ରିୟା ଆହୁରି ସହାନୁଭୂତିଶୀଳ ହେବା ଦରକାର। ୧୩ ମାସ ଧରି କ୍ଷମତାରେ ରହିବା ପରେ ପୂର୍ବ ସରକାରଙ୍କୁ ଦୋଷ ଦେବାର କୌଣସି ମାନେ ନାହିଁ।

Comments are closed.