Odisha Link
Bridging the Missing Links in Odisha

ଅସୀମଙ୍କୁ ମିଳିଲା ବଡ଼ ସୁଯୋଗ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ବର୍ତ୍ତମାନ ଟିଆରପି ବଢ଼ିବାରେ ଲାଗିଛି । ସେ ଝଗଡ଼ାକୁ ହେଉ କି ରୋମାନ୍ସ ଶୋ ଟିକୁ ଦର୍ଶକ ଅନେକ ପସନ୍ଦ କରୁଛନ୍ତି । ବର୍ତ୍ତମାନ ‘ବିଗ୍‌ ବସ୍‌ ୧୩’ ଫାଇନାଲ୍‌ ଏପିସୋଡ୍ ଆଡ଼କୁ ପାଖେଇଲାଣି ।

ପ୍ରତିଯୋଗୀମାନେ ପରସ୍ପରକୁ ପୂର୍ବ ଅପେକ୍ଷା ଆହୁରି କଡ଼ା ଟକ୍କର ଦେଉଛନ୍ତି । କିଛି ପ୍ରତିଯୋଗୀଙ୍କ ଇମେଜ୍‌ ଖରାପ ହେବାରେ ଲାଗିଛି ତ ଆଉ କିଛି ପ୍ରତିଯୋଗୀଙ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅସୀମ ରିୟାଜ୍ ଜଣେ। ତାଙ୍କୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି। ପ୍ରାୟ ସବୁ ସପ୍ତାହରେ ସେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହୁଛନ୍ତି। ତାଙ୍କୁ ଏକ ବଡ଼ ଅଫର ମିଳିଛି।

ସୂଚନା ଅନୁଯାୟୀ, ରୋହିତ ଶେଟ୍ଟୀ ଗତ ସପ୍ତାହରେ ବିବି ହାଉସ୍‌ ଭିତରକୁ ଯାଇଥିଲେ ଓ ସମସ୍ତଙ୍କୁ ଭେଟିଥିଲେ। ତା’ପରେ ଅସୀମଙ୍କୁ ସେ ଏହି ଅଫର୍ ଦେଇଥିଲେ। କୁହାଯାଉଛି, ଅସୀମଙ୍କ ଲୋକପ୍ରିୟତା ତଥା ‘ବିବି’ ଘରେ ଯେଉଁ ଭଳି ଢଙ୍ଗରେ ସେ ସବୁ ଟାସ୍କ ପୂରା କରୁଛନ୍ତି, ତାକୁ ଦେଖି ରୋହିତ୍ ଏହି ଅଫର୍ ଦେଇଛନ୍ତି।

Comments are closed.