Odisha Link
Bridging the Missing Links in Odisha

ଆମ୍ବେଦକର କହିଥିଲେ ‘ବ୍ରାହ୍ମଣ’ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ସମ୍ବିଧାନ: ଗୁଜୁରାଟ ବାଚସ୍ପତି

ଅହମଦାବାଦ: ଚର୍ଚ୍ଚାରେ ଗୁଜୁରାଟ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ। ବ୍ରାହ୍ମଣଙ୍କ ଉମପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଶ୍ରୀ ତ୍ରିବେଦୀ। ଗତକାଲି ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରାହ୍ମଣଙ୍କର ହିଁ ପ୍ରଚ୍ଛଦ ଭୂମିକାରେ ଅବଦାନ ରହିଛି ବୋଲି କହିଥିଲେ ଶ୍ରୀବେଦୀ।

ଗତକାଲି ଗୁଜରାଟ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ବ୍ରାହ୍ମଣମାନଙ୍କର ଏକ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ସମ୍ୱିଧାନର ପ୍ରଥମ ଚିଠା ପ୍ରସ୍ତୁତ କରିଥିଲେ ବିଏମ ରାଉ, ଯିଏ କି ଜଣେ ବ୍ରାହ୍ମଣ। ଆମ୍ୱେଦକର ମଧ୍ୟ ବିଏନ ରାଉଙ୍କୁ ଏହି ଶ୍ରେୟ ଦେଇଥିଲେ ବୋଲି ତ୍ରିବେଦୀ ତାଙ୍କ ମନ୍ତବ୍ୟରେ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ଏବେ ବିବାଦୀୟ ହୋଇପଡ଼ିଛି। ନିଜେ ବାଚସ୍ପତି ତ୍ରିବେଦୀ ମଧ୍ୟ ଜାତିରେ ବ୍ରାହ୍ମଣ। ଦେଶର ସମ୍ବିଧାନର ପ୍ରଣେତା ଭାବେ ଡଃ ବିଆର ଆମ୍ୱେଦକରଙ୍କୁ ଶ୍ରେୟ ଦିଆଯାଏ।

ବ୍ରାହ୍ମିନ ବିଜନେସ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣର ଉଦଘାଟନୀ ଅବସରରେ ଏଭଳି ମତ ରଖିଛନ୍ତି ଗୁଜରାଟର ବାଚସ୍ପତି। ଏହି ସମ୍ମିଳନୀରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଉପସ୍ଥିତ ଥିଲେ। ଖାଲି ସମ୍ବିଧାନ ପ୍ରଣୟ କ୍ଷେତ୍ରରେ ନୁହେଁ ନୋବେଲ ବିଜୟୀ ହୋଇଥିବା ୯ ଭାରତୀୟଙ୍କ ମଧ୍ୟରୁ ୮ ଜଣ ବ୍ରାହ୍ମଣ ବୋଲି ସେ କହିଛନ୍ତି। ୨୦୧୯ ଅର୍ଥନୀତି ନୋବେଲ ବିଜେତା ଅଭିଜିତ ବାନାର୍ଜୀ ମଧ୍ୟ ଜଣେ ବ୍ରାହ୍ମଣ ବୋଲି ସେ କହିଛନ୍ତି।

ସଭାରେ ତ୍ରିବେଦୀ କହିଥିଲେ ଯେ ଆମେ ସମସ୍ତେ ଦେଶର ସମ୍ବିଧାନ ପ୍ରସ୍ତୁତ କରିବାରେ ଆମ୍ୱେଦକରଙ୍କୁ ଶ୍ରେୟ ଦେଉଛେ। ଏହା ଠିକ। ହେଲେ ଆମ୍ୱେଦକର ନିଜେ ଏହି ସମ୍ବିଧାନ ପ୍ରସ୍ତୁତ କରିବାର ଶ୍ରେୟ ବେନେଗତ ନରସିଂହ ରାଉଙ୍କୁ ଦେଇଛନ୍ତି। ଯିଏକି ଜଣେ ବ୍ରାହ୍ମଣ। ୬୦ଟି ଦେଶର ସମ୍ୱିଧାନ ପଢ଼ି ଭାରତର ସମ୍ୱିଧାନ ପ୍ରସ୍ତୁତ କରାଯାଇଛି। ଏହି ସବୁ ସମ୍ବିଧାନ ପଢ଼ି ପ୍ରସ୍ତୁତ କରିଥିଲେ ବିଏନ ରାଉ। ଅନେକ କ୍ଷେତ୍ରରେ ବ୍ରାହ୍ମଣମାନେ ହିଁ ନେତୃତ୍ୱ ନେଇଥାନ୍ତି। ଜଣେ ବ୍ରାହ୍ମଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସମ୍ବିଧାନକୁ ଆମ୍ୱେଦକର ଗ୍ରହଣ କରିଛନ୍ତି। ଆମେ ଆମ୍ୱେଦକରଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି।

Comments are closed.