Odisha Link
Bridging the Missing Links in Odisha

ନାଗରକିତା ଆଇନକୁ ନେଇ ବଡ଼ ବୟାନ ଦେଲେ ବିରାଟ, କହିଲେ ପୁରା…

ଗୌହାଟୀ: ନାଗରିକତା ସଂଶୋଦନ ଆଇନ(ସିଏଏ)କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ଆସନ୍ତାକାଲି ଗୌହାଟୀରେ ଭାରତ-ଶ୍ରୀଳଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ଆଜି ଏକ ପ୍ରେସ୍‌ ମିଟ୍‌ ହୋଇଥିଲା। ଆଜି ଅନୁଷ୍ଠିତ ପ୍ରେସ୍‌ ମିଟରେ ଗଣମାଧ୍ୟମ ପ୍ରତିନିଧୀ ମାନେ ସରିଜି ସମ୍ପର୍କିତ ଖବର ବ୍ୟତୀତ ବିରାଟଙ୍କୁ ସିଏଏ ଉପରେ ପ୍ରଶ୍ନ କରିଥିଲେ। ହେଲେ ବିରାଟ ଚତୁରତାର ସହ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ସୂଚନାଥାଉକି, କିଛିଦିନ ତଳେ ସିଏଏକୁ ନେଇ ଗୌହାଟୀରେ ବିରୋଧି ପ୍ରବଳ ବିକ୍ଷୋଭ କରିଥିଲେ।

ସିଏଏକୁ ନେଇ ବିରାଟ କହିଥିଲେ ଯେ, ମୁଁ ଏହି ବିଷୟ ଉପରେ କିଛି କହିବାକୁ ଚାହିଁବିନି ଯାହାକୁ ନେଇ ୨ପକ୍ଷଙ୍କ ମଧ୍ୟରେ ତୀବ୍ର ଆଲୋଚନା ଚାଲିଛି। ନାଗରିକତା ସଂଶୋଧନ ଆଇନକୁ ନେଇ ମୋତେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ପଡ଼ିବ। ସିଏଏକୁ ନେଇ ବିଭିନ୍ନ ତଥ୍ୟ ଏହାର ଉଦ୍ୟେଶ କଣ ଜାଣିବାର ଅଛି। ଏ ବିଷୟରେ ପୁରା ବିବରଣୀ ଜାଣିସାରିଲେ ଯାଇ ମୁଁ ସିଏଏ ବିଷୟରେ କିଛି କହିପାରିବେ ବୋଲି ରନ୍‌ ମେସିନ୍‌ କୋହଲି କହିଛନ୍ତି।

ସୂଚନାଟୋଗ୍ୟ, ୨୦୧୬ ମସିହାରେ ନୋଟବନ୍ଦୀ ସମୟରେ କହିଥିଲେ ଯେ, ‘ଏହା ଭାରତୀୟ ରାଜନୀତିର ସବୁଠୁ ବଡ଼ ପଦକ୍ଷେପ’। ଯାହାକୁ ନେଇ ଟ୍ରୋଲର ଶିକାର ହୋଇଥିଲେ ବିରାଟ।

Comments are closed.