ଜେଏନୟୁ ହିଂସା: ୨୬/ ୧୧ ସହ ତୁଳନା କଲେ ଉଦ୍ଧବ, ସ୍ମୃତି ଇରାନୀ କହିଲେ କ୍ୟାମ୍ପସକୁ ..

ନୂଆଦିଲ୍ଲୀ: ଗତକାଲି ଜେଏନୟୁରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଦେଖାଗଲାଣି। ଜେଏନୟୁ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ହୋଇଥିବା ହିଂସାକାଣ୍ଡକୁ ଉଦ୍ଧବ ୨୬/୧୧ ଆତଙ୍କବାଦୀ ହାମ୍ଲା ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ୨୬/୧୧ ଆତଙ୍କବାଦୀ ହାମ୍ଲା ଠାରୁ କୌଣସି ଗୁଣରେ କମ ନୁହେଁ ।
#WATCH West Bengal CM Mamata Banerjee on #JNUViolence : It is very disturbing, it is a dangerous planted attack on democracy.Anyone who speaks against them is labelled a Pakistani and an enemy of the country. We never saw such a situation in the country before this. pic.twitter.com/79oegFnMeA
— ANI (@ANI) January 6, 2020
ଅନ୍ୟପକ୍ଷରେ ଯୁବ ସମାଜର କଣ୍ଠରୋଧ ପାଇଁ ଏ ଉଦ୍ୟମ ଭୟାନକ ବୋଲି କହିଛନ୍ତି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ର ସରକାର ଦିଲ୍ଲୀ ପୁଲିସ୍କୁ ନିରବ ରହିବାକୁ ନିର୍ଦ୍ଦେଶ ଦେଇ ବିଜେପି ଗୁଣ୍ଡାମାନଙ୍କୁ ପଠାଇ ଜେଏନ୍ୟୁ କ୍ୟାମ୍ପସ ମଧ୍ୟରେ ଏହି ଗୁଣ୍ଡାରାଜ ଭିଆଇଛନ୍ତି।
ଏହି ଘଟଣାରେ ବିଜେପି ଓ ଏହାର ଛାତ୍ର ସଂଗଠନ ଏବିଭିପି ଛନ୍ଦି ହୋଇ ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସଗୁଡ଼ିକୁ ରାଜନୀତିର ଆଖଡ଼ା ଘର କରା ନଯାଉ।
Comments are closed.