Odisha Link
Bridging the Missing Links in Odisha

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ୭ ମହଲା ବିଶିଷ୍ଟ ଡିଏଚଏଚ କମ୍ପେ୍ଲକ୍ସ

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ ଡିଏଚଏଚ କମ୍ପେକ୍ସର ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୩୦୦ଟି ଶର୍ଯ୍ୟା ରହିବ ବୋଲି ନବୀନ ନିଷ୍ପତି ନେଇଛନ୍ତି। ରୋଗୀଙ୍କ ମତାମତ ଓ ଡାକ୍ତର ମାନଙ୍କ ସହ ଆଲୋଚନାକୁ ଭିତ୍ତିକ ରି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୯୧ଟି ଶଯ୍ୟା ରହିଛି। ତେଣୁ ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି। ଏହାସହ ରୋଗୀ ମାନଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଏକ ବିଶ୍ରାମଗାର ନିର୍ମାଣ କରାଯିବ। ସେହିଭଳି ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବାକୁ ନିଷ୍ପତି ନିଆଯାଇଛି। ରୋଗୀ ଓ ଆଟେଣ୍ଡାଣ୍ଟ ମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆର ବିକାଶ କରାଯିବ।

ସୂଚନାଥାଉକି, ‘ମୋ ସରକାର’ ଟିମ୍‌ର ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କ ଫିଡ୍‌ବ୍ୟାକ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

Comments are closed.