Odisha Link
Bridging the Missing Links in Odisha

ପିଆଜ ପରେ ବଢ଼ିଲା ଆଳୁଦର

ଭୁବନେଶ୍ୱର: ଶସ୍ତାରେ କିଣି ଚଢା ଦାମରେ ଆଳୁ ବିକ୍ରି ହେଉଛି। ଏବେ ସମସ୍ତ ତରକାରୀ , ନିରାମିଷ ଓ ଆମିଷ ସବୁଥିରେ ଆଳୁର ଆବଶ୍ୟକତା ରହିଛି । ମାତ୍ର ଆଳୁଦର ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି । ପିଆଜ ଦର ଦେଢ ଶହରୁ ଖସି ୪୫ଟଙ୍କାରେ ପାଇକାରୀ ମୂଲ୍ୟ ପହଞ୍ଚିଥିବା ବେଳେ ଆଳୁଦର ବଢିଯାଇଛି । ରାଜଧାନୀର ଅନେକ ସ୍ଥାନରେ ପିଆଜ ଏବେ ବି ୭୦ ଟଙ୍କାରେ ବିକ୍ରି ହେଉଛି ।
ଏବେ ଆଳୁ ଗଦି ବା ଆଳୁ ଗୋଦାମରେ ଆଳୁକୁ ପାଇକାରୀ ଦର ୨୨ ଟଙ୍କାରେ ବିକ୍ରି କରାଯାଉଛି । ମାତ୍ର ଖୁଚୁରା ବେପାରୀ ଏହାକୁ କିଲୋପ୍ରତି ୩୨ ଟଙ୍କାରେ ବିକ୍ରି କରୁଛନ୍ତି । ଯୋଗାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସାଧାରଣ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏବେ ବଜାରକୁ ନୂଆ ଆଳୁ ଆସିଲାଣି । ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ନୂଆ ଆଳୁ ଆସିଛି । ମାତ୍ର ଦର ଖୁଚୁରା ବଜାରରେ କମି ନାହିଁ । ଆଳୁକୁ କିଛି ବେପାରୀ ବଜାରକୁ ନ ଛାଡିବାରୁ ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ବଜାରରେ ଆଳୁର ଏକ ପ୍ରକାରର ଆଳୁର କୃତ୍ରିମ ଅଭାବ ସୃଷ୍ଟି ହୋଇଛି । ପିଆଜର ପାଇକାରୀ ମୂଲ୍ୟ ୪୫ ଟଙ୍କା ରହୁଛି । ରାଜଧାନୀର ବିଭିନ୍ନ ହାଟରେ ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ କେତକସ୍ଥାନରେ ୭୦ ଟଙ୍କାରେ ବିକ୍ରି ହେଉଛି । ଆସନ୍ତା ଦିନି ଦୁଇ ଦିନ ମଧ୍ୟରେ ଆଳୁର ଦର ହ୍ରାସ ପାଇବ ବୋଲି ଜଣା ପଡିଛି ।

Comments are closed.