Odisha Link
Bridging the Missing Links in Odisha

ଆଜି ଇଣ୍ଡିଆ-ଶ୍ରୀଲଙ୍କା ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍

ଇନ୍ଦୋର: ଗୁଆହାଟୀରେ ଖେଳାଯିବାକୁ ଥିବା ପ୍ରଥମ ଇଣ୍ଡିଆ-ଶ୍ରୀଲଙ୍କା ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଆଜି ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍ ଇନ୍ଦୋରେ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢ଼ିଛି। ବର୍ଷା ପାଇଁ ଶୃଙ୍ଖଳା ମଧ୍ୟ ୨ ମ୍ୟାଚ୍ ବିଶିଷ୍ଟ ହୋଇଯାଇଛି। ଆଜିର ମ୍ୟାଚ୍‌ରେ ଦଳ ବିଜୟୀ ହେଲେ ସୁରକ୍ଷିତ ରହିବ। ହୋଲକର ଷ୍ଟାଡିୟମ୍‌ରେ କାକର ସମସ୍ୟା ପ୍ରଭାବିତ କରିବାର ଥିବାରୁ ଟସ୍ ଜିତିବା ଦଳ ନିଶ୍ଚତ ପଶ୍ଚାତଧାବନ କରିବାକୁ ପସନ୍ଦ କରିବ ବୋଲି ଆଶା କରାଯାଉଛି।

ଆଜିର ମ୍ୟାଚ୍‌ରେ ଇଣ୍ଡିଆ ଟିମ୍‌ରେ ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍, ଋଷବ ପନ୍ତ, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା, ଯଶ୍ରପୀତ ବୁମ୍‌ରା, ଶାର୍ଦୁଲ ଠାକୁର, ନଦଭୀପ ସଇନି, ୱାସିଂଟନ୍‌ ସୁନ୍ଦର ଖେଳିବେ ଏବଂ ଶ୍ରୀଲଙ୍କା ଟିମ୍‌ରେ ଲସିଥ ମାଲିଙ୍ଗା (ଅଧିନାୟକ), ଦନୁସ୍କା ଗୁଣତିଲକ, ଅଭିସ୍କା ଫର୍ନାଣ୍ଡୋ, ଆଞ୍ଜେ‌ଲୋ ମାଥ୍ୟୁସ, ଦାସୁନ ସନକା, କୁଶାଲ ପେରେରା, ନିରୋ‌ସାନ ଡିକୱାଲା, ଧନଞ୍ଜୟ ଡି’ ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସେ, ଓସଦା ଫର୍ନାଣ୍ଡୋ, ୱାନିନ୍ଦୁ ହରରଙ୍ଗା, ଲାହିରୁ କୁମାର, କୁଶାଲ ମେଣ୍ଡିସ, ଲକ୍ଷ୍ମଣ ସନ୍ଦକନ, କସୁନ ରଜିତା ଖେଳିବେ।

Comments are closed.