Odisha Link
Bridging the Missing Links in Odisha

କାଲିଠୁ ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା

ଭୁବନେଶ୍ବର: ରାଜ୍ୟ ଏମ୍ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଜାନୁଆରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୦ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିବେ। ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଏହା ହେଉଛି ଅଷ୍ଟମ ସଂସ୍କରଣ। ୨୦୨୦ର ବିଷୟବସ୍ତୁ ହେଉଛି ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ ଆଟ୍‌ ୨୦୨୦’। ଏହି ବାଣିଜ୍ୟ ମେଳାରେ ୪ଟି ହ୍ୟାଙ୍ଗର୍‌ ରହିବ ଓ ପ୍ରତି ହ୍ୟାଙ୍ଗର୍‌ରେ ୭୦ଟି ଷ୍ଟଲ୍‌ ରହିବ। ଏହି ଅବସରରେ କ୍ରେତା-ବିକ୍ରେତା ସମ୍ମିଳନୀ ଆୟୋଜନ କରାଯିବ। ଏମ୍‌ଏସ୍‌ଏମ୍‌ଇ କଂପାନିଗୁଡ଼ିକ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିବେ। ଏହି ମେଳାରେ ନୂଆ ଷ୍ଟାର୍ଟଅପ୍ ସଂସ୍ଥାମାନେ ମଧ୍ୟ ଭାଗ ନେବେ। ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।

ଏହି ମେଳାରେ ୱାର୍ଲଡ୍‌ ଟ୍ରେଡ୍‌ ‌ସେଣ୍ଟର୍‌ ଜରିଆରେ ମହିଳା ଉଦ୍ୟୋଗୀମାନେ ମଧ୍ୟ ଯୋଗ ଦେବେ ଏବଂ କ୍ଷେତ୍ର ଭିତିକ ସେମିନାର କରାଯିବ। ଇରାନ ଓ ବାଲାଂଦେଶରୁ ଆସିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କ ସହ ବ୍ୟବସାୟ ନେଟ୍‌ୱର୍କିଂ କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ ବି୨ବି, ବି୨ସି ଓ ବି୨ଜି ବୈଠକ କରାଯିବ। ଏହି ବାଣିଜ୍ୟ ମେଳାକୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଆଗମନ ହେବ ବୋଲି ଆକଳନ କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ମେଳା ପରିସରରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Comments are closed.