Odisha Link
Bridging the Missing Links in Odisha

ଇରାନକୁ ଇସ୍ରାଏଲ୍‌ର ଧମକ୍‌

ଜେରୁଜେଲମ: ଇରାକ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ବେସ୍‌ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲରେ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ ଇରାନକୁ ଧମକ ଦେଇଛନ୍ତି। ଏକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁ କହିଛନ୍ତି, ଯଦି ଇରାନ କେବେ ବି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ଏବଂ “ଆମ ଉପରେ ଯିଏ ବି ଆକ୍ରମଣ କରିବ, ତା’କୁ ଅନୁରୂପ ଢଙ୍ଗରେ ଜବାବ ଦିଆଯିବ। ଇସ୍ରାଏଲ ଏମିତି ଭୟଙ୍କର ଢଙ୍ଗରେ ଆକ୍ରମଣ କରିବ ଯେ କେହି ବି ଏକଥା କେବେ ବି ଆକଳନ କରିପାରିବେ ନାହିଁ।”

ଆମେରିକାର ଇରାନ ଉପରେ ଏୟାର ଷ୍ଟ୍ରାଇକକୁ ଠିକ୍‌ ବୋଲି କହିଛନ୍ତି ନେତ୍ୟାନହୁ। ଏହି ଏୟାର ଷ୍ଟ୍ରାଇକ ଆକ୍ରମଣରେ ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁ ହୋଇଥିଲା।ସୁଲେମାନୀଙ୍କୁ ଆଜି ନେତ୍ୟାନହୁ ଆତଙ୍କବାଦୀଙ୍କ ମୁଖ୍ୟ ବା ଟେରୋରିଷ୍ଟ-ଇନ-ଚିଫ୍‌ ବୋଲି କହିବାକୁ ପଛାଇ ନାହାନ୍ତି।

Comments are closed.