Odisha Link
Bridging the Missing Links in Odisha

ବିସ୍ଥାପିତ ପରିବାରଙ୍କୁ ଥଇଥାନ ନିମନ୍ତେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର : ଶିଳ୍ପ, ଶକ୍ତି, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶା କୋଲ ଏବଂ ପାଓ୍ୱାର ଲିମିଟେଡ଼୍‌ ର ମନୋହର ପୁର କୋଇଲା କାରଖାନାର ବିକାଶ ଏବଂ ଏହାର ପରିଚାଳନା ନେଇ ସମୀକ୍ଷା କରିଛନ୍ତି । ମନୋହର ପୁର ଗ୍ରାମର ବିସ୍ଥାପିତ ପରିବାରଙ୍କୁ ପ୍ରଦାନ କରାଯାଉଥିବା ଥଇଥାନ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।

ଓସିପିଏଲ ପକ୍ଷରୁ ପ୍ରଦାନ କରାଯାଉଥିବା ସମସ୍ତ ବ୍ୟବସ୍ଥାରେ ଯେପରି ତ୍ରୁଟି ପୂର୍ଣ୍ଣ ରହିବ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ମିଶ୍ର ଅବଗତ କରାଇଥିଲେ । Coal Handling Plant ଏବଂ ମନୋହର ପୁର ଟାଉନ୍‌ସିପ୍‌ ଯୋଜନାର ନିର୍ମାଣ, Mahanadi Coalfields Limited (MCL) ଦ୍ୱାରା କୋଇଲା ଉତ୍ତୋଳନ ଏବଂ ଏହାର ବିକି୍ରବଟା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ମନ୍ତ୍ରୀ ମିଶ୍ରଙ୍କୁ ପଚାରି ବୁଝିଥିଲେ ।

OCPL ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡ଼ା. ଖିରୋଦ୍‌ ଚନ୍ଦ୍ର ବ୍ରହ୍ମ OCPL ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟାବଳୀ, ବିଧିବଧ ବ୍ୟବସ୍ଥାଗୁଡ଼ିକ ସମ୍ପର୍କରେ ପାଓ୍ୱାର ପଏଣ୍ଟ ଦ୍ୱାରା ଉପସ୍ଥାପନ କରି ମନ୍ତ୍ରୀ ମିଶ୍ରଙ୍କୁ ଅବଗତ କରାଇଥିଲେ ।

ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସଂଗ୍ରାମ ସ୍ୱାଇଁ, ଭାରତ ସରକାରଙ୍କ ପ୍ରବନ୍ଧ ନିର୍ଦ୍ଦେଶକ, ଓଡ଼ିଶା ପାଓ୍ୱାର ଜେନେରେସନ୍‌ର ପରିଚାଳନା ନିର୍ଦ୍ଦେଶକ (ବାଣିଜ୍ୟ) ଇନ୍ଦ୍ରନିଲ ଦତ୍ତ, ଡିଏଫ୍‌, OHPC ପ୍ରଭାକର ମହାନ୍ତି ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସୁପରିଚାଳନ ହେଉଥିବା ହେତୁ ସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ମିଶ୍ର OCPL ର କର୍ମକର୍ତ୍ତା ଓ ଅଧିକାରୀଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଦେଇଥିଲେ ।

Comments are closed.