Odisha Link
Bridging the Missing Links in Odisha

ସିଆରପିଏଫ ପୋଷ୍ଟ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଜମ୍ମୁ କାଶ୍ମୀର: ଶ୍ରୀନଗରରେ ସିଆରପିଏଫ ପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶ୍ରୀନଗରର ହଜରତବଲ ନିକଟ ହବକ କ୍ରସିଂରେ ସିଆରପିଏଫର ପୋଷ୍ଟକୁ ଟାର୍ଗେଟ କରି ଗ୍ରେନେଡ୍ ମାଡ କରାଯାଇଥିଲା। କିନ୍ତୁ ଗ୍ରେନେଡ ଲକ୍ଷ୍ୟ ବିଚ୍ୟୁତ ହୋଇ ସାଧାରଣ ଲୋକଙ୍କ ଗହଣରେ ପଡିଥିଲା ଏବଂ ଗ୍ରେନେଡ୍ ବିଷ୍ଫୋରଣ ହୋଇ ଦୁଇ ଜଣ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ ପରେ ସିଆରପିଏଫ ଯବାନ ଏବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

Comments are closed.